କେମିତି କରିବେ ଚକୁଳି ପିଠା

0 5,801

ଓଡିଶାର ଘରେ ଘରେ ଚକୁଳି ପିଠା ହୋଇଥାଏ । ଏବେ ଚକୁଳି ପିଠା କରିବା ଅତି ସହଜ । ଏହି ପ୍ରଣାଳୀରେ କରନ୍ତୁ ଚକୁଳି ପିଠା

ଚୋପା ଛଡ଼ା ବିରି – ୨ କପ
ଅରୁଆ ଚାଉଳ – ୪ କପ
ପାଣି – ଆବଶ୍ୟକ ଅନୁଯାୟୀ
ଲୁଣ – ସ୍ୱାଦ ଅନୁସାରେ
ତେଲ – ୩ ଚାମଚ
ପ୍ରଣାଳୀ-

ପ୍ରଥମେ ଚାଉଳ ଓ ବିରିକୁ ପାଣିରେ ବତୁରାଇ ରଖନ୍ତୁ ।ଚାଉଳ ଓ ବିରିକୁ ଛାଣି କରି ରଖନ୍ତୁ । ଏଥିରେ ଅଳ୍ପ ପାଣି ଦେଇ ଭଲ ଭାବେ ବାଟନ୍ତୁ ବା ଗ୍ରାଇଣ୍ଡିଙ୍ଗ କରନ୍ତୁ । ଏଥିରେ ପାଣି ଓ ଲୁଣ ମିଶାନ୍ତୁ ଯେମିତିକି ପିଠଉ ଅଳ୍ପ ପତଳା ହେବ । ବେଶୀ ପାଣି ଦେଲେ ପିଠଉ ବେଶୀ ପତଳା ହୋଇ ଯିବ , ତେଣୁ ବେଶୀ ପାଣି ଦିଅନ୍ତୁ ନାହିଁ । ପିଠଉ ଫୁଲିବା ପାଇଁ ଏହାକୁ ୩ ରୁ ୫ ଘଣ୍ଟା ଛାଡି ଦିଅନ୍ତୁ । ପରେ ପିଠଉକୁ ଭଲ ଭାବରେ ଫେଣ୍ଟି ନ୍ତୁ ।
ତାୱାକୁ ଚୁଲି ଉପରେ ବସାନ୍ତୁ । ତାୱା ଗରମ ହେଲାପରେ ଏକ ଚାମଚ ତେଲ ନେଇ ତାୱାର ଚାରିପଟେ ଲଗାନ୍ତୁ । ପିଠଉକୁ ତାଟିଆ ବା ବାଟି କିମ୍ବା ଡଙ୍କି ସାହାଯ୍ୟରେ ତାୱାରେ ଢାଳି ଚାରିପଟକୁ ଖେଳାଇ ଦିଅନ୍ତୁ । କିଛି ସମୟ ଗଲାପରେ ପିଠାକୁ ଲେଉଟାନ୍ତୁ । କିଛି ସମୟ ପରେ ଟିକେ ବାଦାମୀ ରଙ୍ଗ ହେଲେ କାଢି ଦିଅନ୍ତୁ । ହୋଇଗଲା ଚକୁଳି ପିଠା

Leave A Reply