Browsing Category

ଖବର

ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଶୃଙ୍ଖଳିତ ଭାବେ ପାଳିତ

ଭବାନୀପାଟଣା - କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଶୃଙ୍ଖଳିତ ଭାବରେ ସଂପନ୍ନ ହୋଇଯାଇଛି । ମା’ ମାଣିକେଶ୍ୱରୀଙ୍କ ମନ୍ଦିରରେ ମହାଷ୍ଟମୀ ରାତ୍ରିରେ ସନ୍ଧିପୂଜା ପରେ ମା’ଙ୍କ ପ୍ରତିନିଧି ଛତରକୁ ମନ୍ଦିରର ଉତ୍ତର-ପଶ୍ଚିମ ଦିଗରେ ପ୍ରାୟ ୩ କିଲୋମିଟର ଦୂରରେ ଥିବା…

ପଶ୍ଚିମ ଓଡ଼ିଶାର ନିଆରା ଲୋକପର୍ବ ଭାଇଜିଉନ୍ତିଆ ଓଷା ପାଳିତ

ପଶ୍ଚିମ ଓଡ଼ିଶାର ନିଆରା ଲୋକପର୍ବ ଭାଇଜିଉନ୍ତିଆ ଓଷା ପାଳିତ ହୋଇଛି । ଭାଇମାନଙ୍କର ଦୀର୍ଘ ଆୟୁଷ କାମନା ସହ ସର୍ବବିଧ ମଙ୍ଗଳ ମନାସି ଭଉଣୀମାନେ ଦେବୀ ଦୁର୍ଗାଙ୍କ ପାଖରେ ବ୍ରତ ରଖି ନିଶା ପୂଜା କରିଛନ୍ତି । ବ୍ରତଧାରୀ ଭଉଣୀମାନେ ୧୦୮ ଅକ୍ଷତ ଦୁବ ଓ ରଂଗବେରଙ୍ଗର ଜିଉନ୍ତିଆ ସୂତ୍ରକୁ ଦେବୀ…

ଏଣିକି ଉଭୟ ଅନ୍‍ଲାଇନ୍‍ ଓ ଅଫ୍‍ ଲାଇନ୍‍ରେ ପ୍ରଦୂଷଣ ପ୍ରମାଣପତ୍ର ହୋଇପାରିବ

ଭୁବନେଶ୍ୱର - ଏଣିକି ଉଭୟ ଅନ୍‍ଲାଇନ୍‍ ଓ ଅଫ୍‍ ଲାଇନ୍‍ରେ ପ୍ରଦୂଷଣ ପ୍ରମାଣପତ୍ର ହୋଇପାରିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଏହି ପ୍ରମାଣପତ୍ର ଆସନ୍ତାମାସ ପହିଲାରୁ ସରକାର ବାଧ୍ୟତାମୂଳକ କରିଥିଲେ । ତେବେ ରାଜ୍ୟରେ ଟେଷ୍ଟିଂ ୟୁନିଟ୍‍ର ଅଭାବ ଓ ଟେଷ୍ଟିଂ ସେଣ୍ଟରରେ…

ସାମାଜିକ ଗଣମାଧ୍ୟମର ଦୁରୂପଯୋଗ ବୃଦ୍ଧି ପାଉଥିବାରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉଦ୍‍ବେଗ ପ୍ରକାଶ

ନୂଆଦିଲ୍ଲୀ - ସାମାଜିକ ଗଣମାଧ୍ୟମର ଦୁରୂପଯୋଗ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଉଦ୍‍ବେଗ ପ୍ରକାଶ କରିଛନ୍ତି । ଏହା ଉପରେ ଲଗାମ ଲଗାଇବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି । ଅଦାଲତ କହିଛନ୍ତି, ସାମାଜିକ ଗଣମାଧ୍ୟମର ଦୁରୂପଯୋଗ ଯେଭଳି ବଢିଚାଲିଛି,…

ଫୌଜଦାରୀ ମାମଲାର ତଦନ୍ତ ଚାଲିଥିବାବେଳେ ପୁଲିସ କୌଣସି ଅସ୍ଥାବର ସମ୍ପତ୍ତିକୁ ଜବତ କରିପାରିବ ନାହିଁ -ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ - ସୁପ୍ରିମକୋର୍ଟ କହିଛନ୍ତି ଏକ ଫୌଜଦାରୀ ମାମଲାର ତଦନ୍ତ ଚାଲିଥିବାବେଳେ ପୁଲିସ କୌଣସି ଅସ୍ଥାବର ସମ୍ପତ୍ତିକୁ ଜବତ କରିପାରିବ ନାହିଁ । ପ୍ରଧାନବିଚାରପତି ରଞ୍ଜନ ଗୋଗଇ, ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ୍‍ ସଞ୍ଜୀବ ଖାନ୍ନାଙ୍କ ଖଣ୍ଡପୀଠ ବମ୍ବେ ହାଇକୋର୍ଟଙ୍କ ରାୟକୁ କାଏମ…

ଏଣିକି ରାଜ୍ୟର ପ୍ରତି ବ୍ଲକ ଓ ସବ୍‍ଡିଭିଜନ ସ୍ତରରେ ଡ୍ରାଇଭିଂ ଲାଇସେନ୍ସ କ୍ୟାମ୍ପ ଖୋଲିବ

ଭୁବନେଶ୍ୱର - ଏଣିକି ରାଜ୍ୟର ପ୍ରତି ବ୍ଲକ ଓ ସବ୍‍ଡିଭିଜନ ସ୍ତରରେ ଡ୍ରାଇଭିଂ ଲାଇସେନ୍ସ କ୍ୟାମ୍ପ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସଡକ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗତକାଲି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଡ୍ରାଇଭିଂ ଲାଇସେନ୍ସ ପାଇବା ଲାଗି ରାଜ୍ୟର…

ଆରବ ସାଗରରେ ହିକ୍କା ନେଲା ବାତ୍ୟା ରୂପ, ଓଡିଶାରେ ୨୭ ତାରିଖ ପର୍ଯ୍ୟନ୍ତ ଲଘୁଚାପ ଜନିତ ବର୍ଷା

ଭୁବନେଶ୍ୱର - ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ହିକ୍ମା କ୍ରମଶଃ ଘନୀଭୂତ ହୋଇ ବାତ୍ୟା ରୂପ ନେଇଛି । ଓମାନର ତଟବର୍ତ୍ତୀ ଅଞ୍ଚଳ ଦେଇ ଏହି ବାତ୍ୟା ଗତି କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା…

ଆଜିଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର -   ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ  ପରିଣତ ହେଉଥିବାରୁ ଆଜିଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର  ସମ୍ଭାବନା ରହିଛି । ଏହି ବର୍ଷା ୨୭ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।…

ପୁଣି ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ଦକ୍ଷିଣ କୋରିଆ

ଭୁବନେଶ୍ୱର - ପୁଣି ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ଦକ୍ଷିଣ କୋରିଆ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି । ଏ ନେଇ ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ ସିନ୍‍ ବଙ୍ଗ୍‍ କିଲ୍‍ ଏକ ପ୍ରତିନିଧି ଦଳଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି । ଦକ୍ଷିଣ କୋରିଆ…

୨୫ ତାରିଖରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର - ଆସନ୍ତା ୨୪ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ମିଳିଥିବା ସୂଚନା ଅନୁଯାୟୀ ଏହାର ପ୍ରଭାବରେ ୨୫ ତାରିଖଠାରୁ ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ଅନ୍ୟ…