ଭୁବନେଶ୍ୱର – ଏଣିକି ରାଜ୍ୟର ପ୍ରତି ବ୍ଲକ ଓ ସବ୍ଡିଭିଜନ ସ୍ତରରେ ଡ୍ରାଇଭିଂ ଲାଇସେନ୍ସ କ୍ୟାମ୍ପ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସଡକ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗତକାଲି ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଡ୍ରାଇଭିଂ ଲାଇସେନ୍ସ ପାଇବା ଲାଗି ରାଜ୍ୟର ବିଭିନ୍ ଆର.ଟିଓ କାର୍ଯ୍ୟାଳୟରେ ଆବେଦନକାରୀଙ୍କ ଗହଳିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି।