ଶସ୍ୟ ଭଣ୍ଡାରଣ କ୍ଷମତା ବୃଦ୍ଧି କରିବା ଲାଗି ଏକ ଲକ୍ଷ କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନ

227

ସମବାୟ କ୍ଷେତ୍ରରେ ଶସ୍ୟ ଭଣ୍ଡାରଣ କ୍ଷମତା ବୃଦ୍ଧି କରିବା ଲାଗି କେନ୍ଦ୍ର କ୍ୟାବିନେଟ୍‍ ଏକ ଲକ୍ଷ କୋଟି ଟଙ୍କାର ଏକ ଯୋଜନାକୁ ଅନୁମୋଦନ
କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର
କହିଛନ୍ତି, ସମବାୟ କ୍ଷେତ୍ରରେ ବିଶ୍ୱର ସର୍ବାଧିକ ଶସ୍ୟ ଭଣ୍ଡାରଣ ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି ଗଠନକୁ ମଞ୍ଜୁରି ପ୍ରଦାନ
କରାଯାଇଛି ।

କୃଷି ମନ୍ତ୍ରଣାଳୟ, ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟରେ ଥିବା ବିଭିନ୍ନ ପ୍ରକାର
ଯୋଜନାକୁ ଏଥିରେ ଏକୀଭୂତ କରାଯାଇ ଲକ୍ଷ୍ୟ ହାସଲ କରାଯିବ ।


ସମବାୟ ମନ୍ତ୍ରଣାଳୟ ଏହି ଯୋଜନାକୁ ଠିକ୍‍ ସମୟରେ ଓ ସମାନ ଭାବେ ରୂପାୟନ ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅତିକମ୍‍ରେ
୧୦ଟି ମନୋନୀତ ଜିଲ୍ଲାରେ ପାଇଲଟ୍‍ ପ୍ରକଳ୍ପ ଭାବେ କାର୍ଯ୍ୟକାରୀ କରିବ । ପ୍ରକଳ୍ପର ବିଭିନ୍ନ ଆଞ୍ଚଳିକ ଆବଶ୍ୟକତାକୁ ପୂରଣ କରିବା ଲାଗି ଉପାଦେୟ
ଅନ୍ତର୍ଦୃଷ୍ଟି ପ୍ରୟୋଗ କରାଯିବ ବୋଲି ଶ୍ରୀ ଠାକୁର କହିଛନ୍ତି ।

Comments are closed, but trackbacks and pingbacks are open.