chiken ମୁଖ୍ୟ ଖବରଲାଇଫଷ୍ଟାଇଲ ବଏଲର କୁକୁଡା ଅଧିକ ଖାଇଲେ କାମ ଦେବନି ଔଷଧ By odishanext Last updated Jun 11, 2018 0 957 Share କଥାଟି ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ କଥା । ଏବେ କୁକୁଡା ଚାଷ ବା ପାଳନ ସମୟରେ ବଏଲରଙ୍କ ସହ ଅନ୍ୟ କୁକୁଡାମାନଙ୍କୁ ଅଧିକ ପରିମାଣରେ ଆଣ୍ଟିବାଓଟିକ ଇଂଜେକସନ୍ ଦିଆଯାଉଛି । ସେମାନଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବା ପାଇଁ ଦିଆଯାଉଛି । ମାତ୍ର କିଛି ଦିନ ପରେ ସେମାନଙ୍କ ଦେହରେ ଥିବା ଜୀବାଣୁ ଓ ଭୂତାଣୁଙ୍କ ମଧ୍ୟରେ ଏହାର ପ୍ରତିରୋଧ କରିବାର କ୍ଷମତା ବୃଦ୍ଧି ପାଉଛି ବୋଲି ସେଣ୍ଟର ଫଲ ସାଇନସ୍ ଆଡାଭାନସ୍ମେଣ୍ଟ ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜଣା ପଡିଛି । ଭାରତର ବିଭିନ୍ନ ସ୍ଥାନରୁ କୁକୁଡା ମାଂସର ନମୁନା ସଂଗ୍ରହ କରାଯାଇଥିଲା। ସେଥିରେ ଆବଶ୍ୟକ ପରିମାଣରୁ ଅଧିକ ଆଣ୍ଟିବାଓଟିକ ଥିବା ଗବେଷଣା କେନ୍ଦ୍ରରେ ପରୀକ୍ଷା ବେଳେ ଜଣା ପଡିଥିଲା । ଏଣୁ ଏହି କୁକୁଡା ମାଂସକୁ ପ୍ରତିଦିନ ଖାଇଲେ କି ଅଧିକ ପରିମାଣରେ ଖାଇଲେ ମଣିଷ ଶରୀରରେ ଆଣ୍ଟିବାଓଟିର୍ ରେଜିଷ୍ଟାନସ୍ ବୃଦ୍ଧି ପାଉଛି ଫଳରେ ବିଭିନ୍ନ ସମୟରେ ଆଣ୍ଟିବାଓଟିକ୍ ଔଷଧ ଖାଇଲେ ଏହା କାମ ଦେବନି ବା କମ କାମ ଦେବ । 0 957 Share