ଭାରତୀୟ ଜନତା ପାର୍ଟି ପକ୍ଷରୁ ଡାଗୁବତୀ ପୁରନ୍ଦେଶ୍ୱରୀଙ୍କୁ ଓଡ଼ିଶା ପ୍ରଭାରୀ ଭାବେ ନିଯୁକ୍ତ
ଭାରତୀୟ ଜନତା ପାର୍ଟି ପକ୍ଷରୁ ଡାଗୁବତୀ ପୁରନ୍ଦେଶ୍ୱରୀଙ୍କୁ ଓଡ଼ିଶା ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସେ ଅରୁଣ ସିଂହଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ । ଓଡ଼ିଶା ସହିତ ତାଙ୍କୁ ମଧ୍ୟ ଛତିଶଗଡର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ସେହିପରି ଓଡ଼ିଶାର ଦୁଇ ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କୁ ଦିଲ୍ଲୀ ଓ ଆସାମର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ଅନ୍ୟପକ୍ଷରେ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସମ୍ବିତ ପାତ୍ରଙ୍କୁ ମଣିପୁରର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି ।
![](http://www.odishanxt.com/wp-content/uploads/2019/04/24bjp.jpg)
ସୂଚନାଯୋଗ୍ୟ ଗତକାଲି ବିଜେପି ପକ୍ଷରୁ ୩୬ଜଣ ପ୍ରଭାରୀ ଓ ୨୭ଜଣ ସହପ୍ରଭାରୀଙ୍କୁ ନିଯୁକ୍ତି ଦିଆଯାଇଛି ।