ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି
୩୦୭ଟି ଜିଲ୍ଲା ପରିଷଦ ଜୋନ୍ପାଇଁ ଭୋଟ୍ ଗଣତି ଜାରି ରହିଛି । ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ବି.ଜେ.ଡି. ଅନ୍ୟ ରାଜନୈତିକ ଦଳଠାରୁ ଯଥେଷ୍ଟ ଆଗୁଆ ରହିଛି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ମୋଟ ୮୫୧ ଜୋନ୍ ମଧ୍ୟରୁ ୬୨୨ଟି ଜୋନ୍ପାଇଁ ଗଣତି ଚାଲିଛି । ଏଥିରେ ବିଜେଡି ୫୫୧ଟି ଜୋନ୍ରେ ଆଗୁଆ ଥିବାବେଳେ ବିଜେପି ୩୩, କଂଗ୍ରେସ ୩୧ ଏବଂ ଅନ୍ୟାନ୍ୟ ୭ଟି ଜୋନ୍ରେ ଆଗୁଆ ଅଛନ୍ତି ।
ଅବଶିଷ୍ଟ ଜିଲ୍ଲା ପରିଷଦ ଜୋନ୍ ପାଇଁ ଭୋଟ୍ ଗଣତି କରାଯାଇ ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯିବ । ଗତକାଲି ଏବଂ ଆଜି ଏପର୍ଯ୍ୟନ୍ତ ଗଣତି ଶେଷ ହୋଇଥିବା ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ବି.ଜେ.ଡି. ପ୍ରାୟ ୩୧୪ଟି ଆସନରେ ବିଜୟୀ ହୋଇଛି ।
ବାଲେଶ୍ୱର ଜିଲ୍ଲାର ସମସ୍ତ ୧୩ଟିଯାକ ଜିଲ୍ଲା ପରିଷଦ ଆସନର ଫଳାଫଳ ଘୋଷିତ ହୋଇଛି । ବି.ଜେ.ଡି. ୧୦ଟିରେ ଏବଂ ବି.ଜେ.ପି. ୩ଟିରେ ବିଜୟ ହାସଲ କରିଛି । କଂଗ୍ରେସକୁ କୌଣସି ଆସନ ମିଳି ନାହିଁ । କଳାହାଣ୍ଡି ଜିଲ୍ଲାରେ ଗତକାଲି ଗଣତି ହୋଇଥିବା ୧୩ଟି ଜୋନ୍ରୁ ୧୧ଟିରେ ବି.ଜେ.ଡି. ଏବଂ ୨ଟିରେ ବି.ଜେ.ପି. ବିଜୟୀ ହୋଇଛି । ଆଜି ଗଣତି ଚାଲିଥିବା ୧୩ଟି ଜୋନ୍ ମଧ୍ୟରୁ ୧୨ଟିରେ ବି.ଜେ.ଡି. ଆଗୁଆ ଥିବାବେଳେ କଂଗ୍ରେସ ଗୋଟିଏ ଜୋନ୍ରେ ଆଗେଇଛି ।
ନୂଆପଡ଼ା ଜିଲ୍ଲାର ମୋଟ୍ ୧୪ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ପ୍ରକାଶ ପାଇଥିବା ୫ଟିଯାକ ଜୋନ୍ରେ ବି.ଜେ.ଡି. ବିଜୟୀ ହୋଇଛି । ଭଦ୍ରକ ଜିଲ୍ଲାର ଗଣତି ଶେଷ ହୋଇଥିବା ୭ଟିଯାକ ଜିଲ୍ଲା ପରିଷଦ ଜୋନ୍ରେ ବି.ଜେ.ଡି. ବିଜୟୀ ହୋଇଛି । ସେହିପରି ମାଲକାନଗିରି ଜିଲ୍ଲାର ଫଳାଫଳ ଘୋଷିତ ହୋଇଥିବା ୭ଟି ଜୋନ୍ ମଧ୍ୟରୁ ୬ଟିରେ ବି.ଜେ.ଡି. ଏବଂ ଗୋଟିଏ ଜୋନ୍ରୁ କଂଗ୍ରେସ ବିଜୟୀ ହୋଇଛି ।
ମୟୂରଭଞ୍ଜ ଜିଲ୍ଲାର ଘୋଷିତ ହୋଇଥିବା ୨୬ଟି ଜୋନ୍ ମଧ୍ୟରୁ ୨୫ଟିରେ ବି.ଜେ.ଡି. ଏବଂ ଗୋଟିଏ ଜୋନ୍ରେ ଜେ.ଏମ୍.ଏମ୍. ବିଜୟୀ ହୋଇଛି ।
ଦେବଗଡ଼ ଜିଲ୍ଲାରେ ୭ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ୩ଟି ବି.ଜେ.ଡି ହାତକୁ ଯାଇଥିବାବେଳେ ଅନ୍ୟ ୩ଟିରେ ଆଗୁଆ ରହିଛି । ଗୋଟିଏ ଜୋନ୍ରେ ସ୍ୱାଧୀନ ପ୍ରାର୍ଥୀ ଆଗୁଆ ଥିବା ଜଣାପଡ଼ିଛି । ଗଜପତି ଜିଲ୍ଲାର ଘୋଷିତ ହୋଇଥିବା ୭ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ୫ଟିରେ ବି.ଜେ.ଡି. ଏବଂ ୨ଟିରେ କଂଗ୍ରେସ ବିଜୟୀ ହୋଇଛି । ବୌଦ ଜିଲ୍ଲାରେ ଅପରାହ୍ଣ ୫ଟା ସୁଦ୍ଧା ହସ୍ତଗତ ହୋଇଥିବା ସୂଚନା ଅନୁଯାୟୀ ୨ଟି ଜୋନ୍ରେ ବି.ଜେ.ଡି. ଏବଂ ଗୋଟିଏ ଜୋନ୍ରେ ବି.ଜେ.ପି. ଆଗୁଆ ରହିଛି । ବଲାଙ୍ଗିରର ୧୪ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ୧୦ଟିରେ ବି.ଜେ.ଡି., ୩ଟିରେ ବି.ଜେ.ପି. ଏବଂ କଂଗ୍ରେସ ଗୋଟିଏ ଜୋନ୍ରେ ଆଗେଇଛି ।