ବିଜେପୁର – ଗତ ଦୁଇଟି ନିର୍ବାଚନରେ ବିଜେପୁରରେ ବିଜେଡି ବାଜିମାତ କରିଛି । ଉପନିର୍ବାଚନରେ ରୀତା ସାହୁ ବିଜୟ ଲାଭ କରିଥିବା ବେଳେ , ୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟ ଲାଭ କରିଥିଲେ ।
ବିଜେଡିର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଷ୍ଟାର ପ୍ରଚାରକ । ଅକ୍ଟୋବର ୧୭ ଓ ୧୮ ତାରିଖରେ ବିଜେପୁରରେ ନବୀନ ପ୍ରଚାର କରିବେ । , ବିଜେପୁର, ଗାଇସିଲେଟ ଓ ବରପାଲିରେ ନିର୍ବାଚନ ପ୍ରଚାର କରିବେ । ବିଜେପୁରରେ ରାତ୍ରୀ ଯାପନ କରିବା ସହ ସେ ନିର୍ବାଚନ ପ୍ରଚାର କରିବେ ।