କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ, ଜାହାଜ ଚଳାଚଳ ଏବଂ ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭୀୟ ରାଜ୍ୟସଭାରେ ଆଗତ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ସରକାର ହାଇବ୍ରିଡ ଇଲେକ୍ଟ୍ରିକ ସିଷ୍ଟମ ତଥା ବୈଦ୍ୟୁତିକ କିଟକୁ ବାହନରେ ପରିବର୍ତ୍ତନ କରିବାକୁ ବିଜ୍ଞପ୍ତି ଜାରି କରିବା ସହ ଇଲେକ୍ଟ୍ରିକ ହାଇବ୍ରିଡ ଯାନବାହନର ଅନୁମୋଦନ ପ୍ରକ୍ରିୟା ସଂପର୍କରେ ନିର୍ଦ୍ଦିଷ୍ଟ କରିଛନ୍ତି । ବ୍ୟାଟେରି ଚାଳିତ ଯାନବାହନର ନମ୍ବର ପ୍ଲେଟ ସବୁଜ ପୃଷ୍ଠଭୂମିର ହେବ ବୋଲି ସରକାର ବିଜ୍ଞପ୍ତି ଜାରି କରିଛନ୍ତି । ୧୬ରୁ ୧୮ ଆୟୁବର୍ଗଙ୍କ ସୁବିଧା ପାଇଁ (ସ୍କୁଲ/ଟ୍ୟୁସନ ଯାଉଥିବା ପିଲାଙ୍କ ପାଇଁ) ଇ-ସ୍କୁଟର/ବାଇକ (୪ କିଲୋୱାଟ ପର୍ୟ୍ୟନ୍ତ) ଚଳାଇବା ପାଇଁ ଲାଇସେନ୍ସ ପ୍ରଦାନ କରିବାକୁ ମନ୍ତ୍ରଣାଳୟ ତରଫରୁ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ସଂପର୍କରେ ବିଜ୍ଞପ୍ତି ଜାରି ହୋଇଛି । ବୈଦ୍ୟୁତିକ ଯାନବାହନର ଚାର୍ଜିଂ ଭିତ୍ତିଭୂମି ସଂକ୍ରାନ୍ତରେ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏକ ନୀତି ପ୍ରସ୍ତୁତ ହୋଇଛି, ଏଥିରେ ସ୍ପଷ୍ଟ ଉଲ୍ଲେଖ ରହିଛି ବୈଦ୍ୟୁତିକ ଯାନବାହନର ଚାର୍ଜିଂ ଏକ ସେବା ଏହାର ଉଦ୍ଦେଶ୍ୟ ବିକ୍ରି ନୁହେଁ । ଦିଲ୍ଲୀର ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ଅର୍ଥ ମନ୍ତ୍ରଣାଳୟ ତରଫରୁ ସମସ୍ତ ମନ୍ତ୍ରଣାଳୟ/ବିଭାଗକୁ ନିର୍ଦ୍ଦେଶାବଳୀ ଜାରି କରାଯାଇ ପେଟ୍ରୋଲ/ଡିଜେଲ ଚାଳିତ କାରଗୁଡ଼ିକ ସ୍ଥାନରେ ଅଫିସଗୁଡିକ ବୈଦ୍ୟୁତିକ କାର ବ୍ୟବହାର କରିବେ ।
ଏହି ପରିପ୍ରେକ୍ଷୀରେ ନୀତି ଆୟୋଗ (ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର ଟ୍ରାନ୍ସଫର୍ମିଂ ଇଣ୍ଡିଆ) ତରଫରୁ ସହରଗୁଡିକରେ ବୈଦ୍ୟୁତିକ ବସ ସେବା ପବ୍ଲିକ- ପ୍ରାଇଭେଟ ପାର୍ଟନରସିପ (ଚଚଚ) ମାଧ୍ୟମରେ ଆରମ୍ଭ ହେବ । ଅଗ୍ରୀମ ପୁଞ୍ଜି ଲଗାଣ ନହୋଇ ଦୈନନ୍ଦିନ ଖର୍ଚ୍ଚ ମଡେଲ (କିଲୋମିଟର ପିଛା)ରେ ଅର୍ଥ ବିନିଯୋଗ ହେବ । ଗୃହ ଓ ସହର ବ୍ୟାପାର ମନ୍ତ୍ରଣାଳୟ ତରଫରୁ ସହର ଓ ଆଞ୍ଚଳିକ ବିକାଶ ଯୋଜନା ପ୍ରଣୟନ ଓ କାର୍ୟ୍ୟାନ୍ୱୟନ (ଟଜଊଚୠଓ) ନିର୍ଦ୍ଦେଶାବଳୀରେ ସଂଶୋଧନ ହୋଇ ବ୍ୟକ୍ତିଗତ ଓ ବାଣିଜ୍ୟିକ ସ୍ଥଳୀରେ ବୈଦ୍ୟୁତିକ ଯାନବାହନର ଚାର୍ଜିଂ ପାଇଁ ସୁବିଧା ଯୋଗାଇ ଦିଆଯିବ ।
ଅନ୍ୟ ଏକ ସ୍ୱତନ୍ତ୍ର ଲିଖିତ ଉତ୍ତରରେ ଶ୍ରୀ ମାଣ୍ଡଭୀୟ ଗୃହକୁ ସୂଚନା ଦେଇଛନ୍ତି ସରକାର ଜାତୀୟ ରାଜପଥରେ ୧୧ଟି ଜରୁରୀକାଳୀନ ଲ୍ୟାଣ୍ଡିଂ ଷ୍ଟ୍ରିପ ପାଇଁ ଯୋଜନା କରୁଛନ୍ତି । ଲ୍ୟାଣ୍ଡିଂ ଷ୍ଟ୍ରିପ ହେବାକୁ ଥିବା ରାଜ୍ୟଗୁଡିକ ହେଲା ଜମ୍ମୁ ଓ କାଶ୍ମୀର, ରାଜସ୍ଥାନ, ଗୁଜରାଟ, ପଶ୍ଚିମବଙ୍ଗ, ଓଡିଶା, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁ । ଆପାତକାଳୀନ ସ୍ଥିତି ଓ ପ୍ରାକୃତିକ ବିପର୍ୟ୍ୟୟ ବେଳେ ଏୟାରକ୍ରାଫ୍ଟଗୁଡ଼ିକ ଏହାକୁ ବ୍ୟବହାର କରିପାରିବେ ।