ବ୍ୟାଙ୍କ ଧର୍ମଘଟ ପ୍ରତ୍ୟାହୃତ

0 1,637

ନୂଆଦିଲ୍ଲୀ – ବ୍ୟାଙ୍କ ସଂଘଗୁଡିକ ଚଳିତମାସ ୨୬ ଏବଂ ୨୭ ତାରିଖ ଦୁଇଦିନ ଧରି ହେବାକୁଥିବା ସେମାନଙ୍କ ଧର୍ମଘଟ ଡାକରାରୁ ଓହରି ଯାଇଛନ୍ତି ।
କେନ୍ଦ୍ର ଅର୍ଥସଚିବଙ୍କ ସହ ଆଲୋଚନାପରେ ସଂଘ ଧର୍ମଘଟରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି । ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମିଶ୍ରଣ, ବେତନ ସଂଶୋଧନ, ସପ୍ତାହରେ ୫ଟି କାର୍ଯ୍ୟଦିବସ, ନଗଦ କାରବାର ସମୟରେ ହ୍ରାସ ଆଦି କେତେକ ଦାବିନେଇ ସଂଘ ଧର୍ମଘଟ ଡାକରା ଦେଇଥିଲା ।

 

 

source -AIR
Leave A Reply