ଭୁବନେଶ୍ୱର: ଦେଶର ତୃତୀୟ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଏହାର ଏମ୍ଏସ୍ଏମ୍ଇ, ଫ୍ରିଲାନ୍ସର, ହୋମ୍ପ୍ରେନ୍ୟୁଅର, ଇନ୍ଫ୍ଲୁଏନ୍ସର ଭଳି ଗ୍ରାହକମାନଙ୍କୁ ସମ୍ପୂର୍ଣ୍ଣ ଡିଜିଟାଲ୍ ମାଧ୍ୟମରେ ଚଳନ୍ତୀ ଖାତା ଖୋଲିବା ସୁବିଧା ପ୍ରଦାନ କରିବା ପାଇଁ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ସଂସ୍ଥା ଓପୋନ୍ ସହିତ ସହଯୋଗିତା ସ୍ଥାପନ କରିଛି । ଏହି ସହଯୋଗିତା ଜରିଆରେ ଗ୍ରାହକମାନେ ଆକ୍ସିସ୍ ବ୍ୟାଙ୍କର ସାମଗ୍ରିକ ବ୍ୟାଙ୍କ ସେବା ସହିତ ଓପୋନ୍ର ବିଭିନ୍ନ ବ୍ୟବସାୟ ପରିଚାଳନା ଟୁଲ୍ସ ଯଥା ପେମେଂଟ୍, ଆକାଉଟିଂ, ପେରୋଲ୍, କମ୍ପ୍ଲାଏନ୍ସ, ଖର୍ଚ ପରିଚାଳନା ଆଦି ଆର୍ଥିକ ଅଟୋମେସନ ସେବାକୁ ପାଇପାରିବେ ।
ସମ୍ପୂର୍ଣ୍ଣ ଡିଜିଟାଲ୍ ଚଳନ୍ତୀ ଖାତା ଖୋଲିବା ସୁବିଧା ପ୍ରଦାନ କରିବା ଲାଗି କୌଣସି ଫିନ୍ଟେକ୍ ସହ ଆକ୍ସିସ୍ ବ୍ୟାଙ୍କର ଏହା ହେଉଛି ପ୍ରଥମ ସହଯୋଗିତା । ଓପୋନ୍ ୱେବସାଇଟ୍ରେ ଏହି ଉତ୍ପାଦ ଉପଲବ୍ଧ ହୋଇଛି ।
ଆଧାର ଓ ପାନ୍କୁ ଡିଜିଟାଲ୍ ମାଧ୍ୟମରେ ବ୍ୟବହାର କରିବା ପରେ ଭିଡିଓ କେୱାଇସି ଜରିଆରେ ସ୍ୱୀକୃତି ପ୍ରକ୍ରିୟା ଚୂଡ଼ାନ୍ତ ହେଉଥିବାରୁ ଏହି ଡିଜିଟାଲ୍ ଚଳନ୍ତୀ ଖାତା ଗ୍ରାହକମାନଙ୍କ ସଂଚୟ ଓ ଉଦ୍ୟମ ସଂଚୟ କରିବାରେ ସହାୟକ ହେବ । କୌଣସି କାଗଜପତ୍ର ଅପ୍ଲୋଡ୍ ନକରି ସ୍ପର୍ଶବିହୀନ ଭାବେ ସୁବିଧାରେ ଚଳନ୍ତୀ ଖାତା ଖୋଲି ହେବ ଯାହା ଏହାକୁ ବଜାରର ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା ଓ ସ୍ୱତନ୍ତ୍ର କରିପାରିଛି । ଏହି ଖାତାକୁ ବ୍ୟବହାର କରି ଗ୍ରାହକମାନେ ୨୫୦ରୁ ଅଧିକ ବ୍ୟାଙ୍କିଙ୍ଗ ସେବା ପାଇପାରିବେ ଏବଂ ଗ୍ରାବ୍ ଡିଲ୍ ଜରିଆରେ ୫୦% ପର୍ଯ୍ୟନ୍ତ କ୍ୟାସ୍ବ୍ୟାକ୍ ପାଇପାରିବେ । ଏହି ସହଯୋଗିତା ଜରିଆରେ ଆକ୍ସିସ୍ ବ୍ୟାଙ୍କ ଗ୍ରାହକମାନେ ଓପୋନ୍ର ସବୁ ଡିଜିଟାଲ୍ ସୁବିଧା ପାଇପାରିବେ ଯାହାକୁ ଏବେ ୩୦ ଲକ୍ଷରୁ ଅଧିକ ବ୍ୟବସାୟରେ ବ୍ୟବହାର କରାଯାଉଛି ।
ଏହି ସହଯୋଗିତା ସମ୍ପର୍କରେ ଆକ୍ସିସ୍ ବ୍ୟାଙ୍କର ସଭାପତି ଓ ମୁଖ୍ୟ-ଡିଜିଟାଲ୍ ବିଜନେସ୍ ଆଣ୍ଡ୍ ଟ୍ରାନ୍ସଫର୍ମେସନ୍ ସମୀର ସେଟ୍ଟି କହିଛନ୍ତି ଯେ, “ଆକ୍ସିସ୍ ବ୍ୟାଙ୍କରେ ଆମେ ଆମ ସମସ୍ତ ଉଦ୍ୟମର କେନ୍ଦ୍ରରେ ଗ୍ରାହକଙ୍କୁ ରଖିବା ଉପରେ ବିଶ୍ୱାସ କରୁଥିବା ବେଳେ ପରିବ୍ୟବସ୍ଥାରେ ସମସ୍ତ ଅଂଶୀଦାରଙ୍କ ପାଇଁ ବଂଟନ ମୂଲ୍ୟ ସୃଷ୍ଟି କରୁଛୁ । ଗ୍ରାହକମାନଙ୍କୁ ଡିଜିଟାଲ ବ୍ୟାଙ୍କିଙ୍ଗ ସମାଧାନ ପ୍ରଦାନ କରିବା ଲାଗି ଆମେ ନବସୃଜନ ନେତୃତ୍ୱାଧୀନ ମଡେଲ୍ ଉପରେ ନିରନ୍ତର କାମ ଜାରି ରଖିଛୁ । ଏହି ଉଦ୍ୟମରେ ଆମେ ବ୍ୟବସାୟମାନଙ୍କୁ ଏକକ ବ୍ୟାଙ୍କିଙ୍ଗ ସମାଧାନ ପ୍ରଦାନ କରିବା ଲାଗି ଓପୋନ୍ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଅତ୍ୟନ୍ତ ଆନନ୍ଦିତ ।’’
ଓପୋନ୍ର ସହ ପ୍ରତିଷ୍ଠାତା ଓ ସିଇଓ ଅନିଷ ଅଚୁଥନ୍ କହିଛନ୍ତି ଯେ, “ଗ୍ରାହକମାନଙ୍କ ଲାଗି ସମ୍ପୂର୍ଣ୍ଣ ଡିଜିଟାଲ୍ ଚଳନ୍ତୀ ଖାତା ଯାତ୍ରାର ଶୁଭାରମ୍ଭ କରିବା ଲାଗି ଆକ୍ସିସ୍ ବ୍ୟାଙ୍କ ସହ ସହଯୋଗିତା ସ୍ଥାପନ କରିବାରେ ପ୍ରଥମ ଫିନଟେକ୍ ହୋଇଥିବାରୁ ଆମେ ଅତ୍ୟନ୍ତ ଉତ୍ସାହିତ । ହୋମ୍ପ୍ରେନ୍ୟୁଅର, ଇନ୍ଫ୍ଲୁଏନ୍ସର ଭଳି ନୂଆ ଏବଂ ସ୍ୱତନ୍ତ୍ର ବର୍ଗଙ୍କ ପାଇଁ ବିଜନେସ୍ ବ୍ୟାଙ୍କିଙ୍ଗ ଉପଲବ୍ଧ ହୋଇଛି ଏବଂ ଆକ୍ସିସ୍ ବ୍ୟାଙ୍କର ସହଯୋଗିତାରେ ଆମେ ସେମାନଙ୍କ ପାଇଁ ସୁହାଇବା ଭଳି ଉତ୍ପାଦ ସୃଷ୍ଟି କରିବାକୁ ଚାହୁଛୁ । ମିଆଦୀ ଋଣ, ରାଜସ୍ୱ ଭିତିକ ଫାଇନାନ୍ସ ସୁବିଧା ଏବଂ ଆହୁରି ବହୁତ କିଛି ଭଳି ମୂଲ୍ୟଯୁକ୍ତ ସେବା ସେମାନଙ୍କ ପାଇଁ ସମନ୍ୱିତ କରିବା ଉପରେ ଆମେ କାର୍ଯ୍ୟ କରୁଛୁ ।’’
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.