ୱି ପକ୍ଷରୁ ବିବିଧ ବ୍ୟବହାର ଜରିଆରେ ୫ଜିର ରୂପାନ୍ତରୀକରଣ ଓ ସୀମାହୀନ ଦକ୍ଷତାର ପ୍ରଦର୍ଶନ
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ (ଏମ୍ଇଆଇଟିୱାଇ) ଏବଂ ଟେଲି ଯୋଗାଯୋଗ ବିଭାଗ (ଡଟ୍) ଦ୍ୱାରା ଓଡ଼ିଶାରେ ୫ଜି ସେବାର ଶୁଭାରମ୍ଭ ଏବଂ ଏହି ଅବସରରେ ଆୟୋଜନ କରାଯାଇଥିବା ପ୍ରଦର୍ଶନୀରେ ଦେଶର ଅଗ୍ରଣୀ ଟେଲିକମ୍ ଅପରେଟର୍ ୱି ପକ୍ଷରୁ ପରିଦର୍ଶକମାନଙ୍କ ଲାଗି ୫ଜିର ଭାରତ ପାଇଁ ସ୍ୱତନ୍ତ୍ର ରୂପାନ୍ତରୀକରଣ ବ୍ୟବହାରକୁ ପ୍ରଦର୍ଶିତ କରାଯାଇଛି ।
ନାଗରିକ ଓ ସଂସ୍ଥାମାନଙ୍କୁ ଏକ ଉତମ ଏବଂ ଯୋଗାଯୋଗ ଭିତିକ ଭବିଷ୍ୟତ ପ୍ରଦାନ କରିବା ଲକ୍ଷ୍ୟ ନେଇ ୱି ପକ୍ଷରୁ ପରିବ୍ୟବସ୍ଥାର ସଂସ୍ଥାଗୁଡ଼ିକର ସହଯୋଗିତାରେ ସଂସ୍ଥାଗତ ଏବଂ ଗ୍ରାହକମାନଙ୍କ ପାଇଁ ୫ଜିର ବ୍ୟବହାର ଲାଗି ବିଭିନ୍ନ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୱି ପକ୍ଷରୁ ସଂସ୍ଥାଗୁଡ଼ିକର ବ୍ୟବସାୟ ଅଭିବୃଦ୍ଧି ପାଇଁ ସ୍ମାର୍ଟ ଏଟଂରପ୍ରାଇଜ୍ ସମାଧାନ ପ୍ରଦର୍ଶିତ କରାଯାଇଛି । ଏଥିରେ ସାମିଲ ରହିଛି ଆଇଓଟିର ଶକ୍ତି ଥିବା ସ୍ମାର୍ଟ ଇନ୍ଫ୍ରା, ଆଇଓଟିର ଶକ୍ତି ଥିବା ସ୍ମାର୍ଟ ମୋବିଲିଟି, ସ୍ମାର୍ଟ କନଷ୍ଟ୍ରକ୍ସନ୍ ଓ ୱାର୍କର ସେଫ୍ଟି ସହିତ ଡିଜିଟାଲ୍ ଟ୍ୱିନ୍, ପବ୍ଲିକ୍ ସେଫ୍ଟି ଏବଂ କନେକ୍ଟେଡ୍ ହେଲ୍ଥକେୟାର ସହିତ ସ୍ମାର୍ଟ ଆମ୍ବୁଲାନ୍ସ ।
ପରିଦର୍ଶକମାନେ ୱି ବୁଥ୍ରେ ସ୍ମାର୍ଟ ସିଟି ସର୍ଭେଲାଇନ୍ସ ବ୍ୟବସ୍ଥା, କନେକ୍ଟେଡ୍ ହେଲ୍ଥକେୟାର, ସ୍ମାର୍ଟ ନିର୍ମାଣ ଶ୍ରମିକ ଓ କର୍ମଚାରୀ ସୁରକ୍ଷା, ସ୍ମାର୍ଟ ଇଭି ଭିତିଭୂମି, ସ୍ମାର୍ଟ ଗମନାଗମନ ଆଦି ପାଇଁ ୫ଜିର ବ୍ୟବହାରକୁ ନେଇ ରହିଥିବା ସୁବିଧାସୁଯୋଗଗୁଡ଼ିକ ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିପାରିବେ । ପ୍ରତିଟି କ୍ଷେତ୍ରରେ ୫ଜି କିଭଳି ପରିବର୍ତନ ଆଣିପାରିଛି ତାହାକୁ ଜାଣିପାରିବେ ।
Comments are closed, but trackbacks and pingbacks are open.