ଅନ୍ଲାଇନ୍ ଅବଢ଼ା ନେଇ ଅସନ୍ତୋଷ ଅନ୍ଲାଇନ୍ରେ ପ୍ରଭୁ ଶ୍ରୀ ଲିଙ୍ଗରାଜ ଓ ଅନନ୍ତ ବାସୁଦେବଙ୍କ ଅବଢ଼ା ବିକ୍ରିକୁ ନେଇ ଅସନ୍ତୋଷ ଦେଖାଯାଇଛି । ଅନ୍ଲାଇନ୍ରେ କିଛି ସଂସ୍ଥା ଏହି ଦୁଇ ମନ୍ଦିରର ଅବଢ଼ା ଯୋଗାଉଥିବାରୁ ଏହାକୁ ନେଇ ଥାନାରେ ଏତାଲା ଦିଆଯାଇଛି । ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ସଂପୃକ୍ତ ସଂସ୍ଥା ନାଁରେ ବ୍ରାହ୍ମଣ ନିଯୋଗ ସମିତି ଅଭିଯୋଗ କରିଛି । ଅନ୍ଲାଇନରେ ଘରକୁଘର
ବୁଲି ଅବଢ଼ା ବିକ୍ରି କରିବା ଓ ଯୋଗାଇବା ଦ୍ୱାରା ପବିତ୍ରତା ନଷ୍ଟ ହେଉଛି ।

ଭକ୍ତଙ୍କ ଭାବନା ପ୍ରତି ଏହା କୁଠାରଘାତ ବୋଲି ଅଭିଯୋଗ କରି ସାଧାରଣରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ସୂଚନାଯୋଗ୍ୟ ଏହା ପୂର୍ବରୁ ପୁରୀ ଶ୍ରୀମନ୍ଦିରର ନିର୍ମାଲ୍ୟ ଅନ୍ଲାଇନ୍ରେ ବିକ୍ରି ହୋଇଥିବା ଅଭିଯୋଗ ହୋଇଥିଲା ।