ରାହୁଲ କହୁଛନ୍ତି ମୋଦି ହଟାଓ, ପାକିସ୍ତାନ ବି କହୁଛି ମୋଦି ହଟାଓ, ରାହୁଲ କଣ ପାକିସ୍ତାନ ସହ ହାତ ମିଳାଇଛନ୍ତି : ଅମିତ ଶାହା

0 704

ନୂଆଦିଲ୍ଲୀ : ରାଫେଲ ବିମାନ କିଣା ପ୍ରସଙ୍ଗରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି ।ଏକ ଟ୍ଵିଟ କରି ସେ କହିଛନ୍ତି ଯେ ରାହୁଲ କହୁଛନ୍ତି ମୋଦି ହଟାଓ ।ପାକିସ୍ତାନ କହୁଛି ମୋଦି ହଟାଅ ।ଏବେ ପାକିସ୍ତାନ ମଧ୍ୟରାଫେଲ ପ୍ରସଙ୍ଗରେ ରାହୁଲଙ୍କୁ ସମର୍ଥନ କରି ମୋଦିଙ୍କୁ ଟାର୍ଗେଟ କରିଛି ।ଏଣୁ କଣ ରାହୁଲ ମୋଦି ହଟାଇବା ପାଇଁ ଏକ ଅନ୍ତର୍ଜାତୀୟ ମହାଗଠବନ୍ଧନ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।ରାଫେଲ ବିମାନ ପ୍ରସଙ୍ଗ ଦିନକୁ ଦିନ ଅଧିକ ସରଗରମହେବାରେ ଲାଗିଛି ।

ବିଶେଷକରି ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନ୍ସିସକୋ ହୋଲାଣ୍ଡେଙ୍କ ମନ୍ତବ୍ୟ ପରେ କଂଗ୍ରେସ ଏ ପ୍ରସଙ୍ଗରେ ଅଧିକ ଆକ୍ରାମକ ହୋଇପଡିଛି ।କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହାକୁ ଏକବଡ଼ ଦୁର୍ନିତି କହି ସିଧାସଳଖ ମୋଦିଙ୍କୁ ଟାର୍ଗେଟ କରିବା ପରେ ବିଜେପି ମଧ୍ୟ ତାହାର କଡା ଜବାବ ଦେଇଛି ଇ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ରାଫେଲ ବିମାନରେ କଣ ଅସ୍ତ୍ରଶସ୍ତ୍ର ଲାଗିଛି ତାହା ରାହୁଲ ଜାଣିବାକୁଚାହୁଛନ୍ତି ।ଚୀନ ଓ ପାକିସ୍ତାନକୁ ସହାୟତା କରିବା ପାଇଁ ସେ ଏପରି କହୁଛନ୍ତି ।

Leave A Reply