ଆମେରିକାରେ ବଢୁଛି ଶାକାହାରୀ ଲୋକଙ୍କ ସଂଖ୍ୟା
ନୂଆଦିଲ୍ଲୀ: ଏମିତି ମଧ୍ୟ ହୋଇଥାଏ, ଯେବେ ଆପଣ ଅଫିସରେ ସାଙ୍ଗ ମାନଙ୍କ ସହିତ ଖାଉଥିବେ, କୌଣସି ଏକ ଦିନ ଜଣେ ନନଭେଜ ଖାଇବା ନେଇ ଆସିଥିବେ ଓ ସେଥିରୁ ଜଣେ ନନଭେଜ ଖାଉନଥିବେ, ସେ ନିଜକୁ ଗୋଟିଏ ପାଖକୁ ନେଇ ଯାଆନ୍ତି । ଏହା ପରେ ସେହି କଥାକୁ ନେଇ ତାଙ୍କ ମଧ୍ୟରେ ଆଲୋଚନା ହୋଇଥାଏ, ନନଭେଜ ଖାଇବା ଠିକ ନା ଭୁଲ? ନନଭେଜ ନଖାଇବାକୁ ନେଇ ସମସ୍ତଙ୍କର ଭିନ୍ନ ଭିନ୍ନ ମତ ରହିଥାଏ । କିଛି ଲୋକ ଧର୍ମକୁ ନେଇ ଏହା ଖାଇ ନଥାନ୍ତି ତ ଆଉ କେତେକ ଏଥିପାଇଁ ଖାଇ ନଥାନ୍ତି ଯେ ତାଙ୍କ ଅନୁସାରେ ଏହା ସ୍ୱାସ୍ଥ୍ୟକୁ କ୍ରୀୟାଶିଳ କରିଥାଏ ।
ଯଦି ପୃଥୀବୀର ସବୁ ଲୋକ ଶାକାହାରୀ ଭୋଜନ ଖାଇବାକୁ ଲାଗନ୍ତି(ନନଭେଜ ଛାଡି ଦିଅନ୍ତି) ତେବେ କ’ଣ ହେବ? କ’ଣ ଆମର ପରିବେଶ ଏମିତି ହି ରହିବ ଯେମିତି ବର୍ତ୍ତମାନ ରହିଛି? ଏହାକୁ ବୁଝିବା ପାଇଁ ଗୋଟିଏ ଅଧ୍ୟୟନର ତଥ୍ୟକୁ ବୁଝିବା ଲାଗି ଉଦ୍ୟମ କରିବା ।
ଅନୁଧ୍ୟାନ ଅନୁସାରେ, ଆମେରିକାରେ ଲୋକମାନେ ବହୁତ ନନଭେଜ ଛାଡୁଛନ୍ତି ଓ ଶାକାହାରୀ ହେଉଛନ୍ତି । ୨୦୧୫ ରୁ ୨୦୧୮ ମଧ୍ୟରେ ଶାକାହାରୀଙ୍କ ସଂଖ୍ୟା ୬୦୦ ପ୍ରତିଶତ ହୋଇଛି । ୨୦୧୮ରେ ଆମେରିକାରେ ଶକାହାରୀଙ୍କ ସଂଖ୍ୟା ୨ କୋଟିରୁ ଅଧିକା ହେଲାଣି । ରିପୋର୍ଟରେ କୁହାଯାଇଛି ଯେ, ଆମେରିକାରେ ଏକ ଘଣ୍ଟାରେ ମାଂସ ପାଇଁ ୫ ଲକ୍ଷ ଜୀବ ମରାଯାଇଥାଏ ।
ରିର୍ପୋଟରେ ଆଗକୁ କୁହାଯାଇଛି ଯେ, ଗ୍ରୀନହାଉସରେ ଏନିମଲ ପ୍ରଡକ୍ଟର ଯୋଗଦାନ ୧୮ ପ୍ରତିଶତରୁ ୫୧ ପ୍ରତିଶତ ପର୍ଯ୍ୟନ୍ତ ରହିଛି । ଯଦି ସମସ୍ତେ ଶକାହାରୀ ହୋଇଯିବେ, ତେବେ ଜୀବ ଜନ୍ତୁ ଖାଇବା ପାଇଁ ଖାଲି ଜାଗାରେ ଗୋଚର ଜମି କରାଯିବ । ଗଛ ଲଗାଇବା କାମ ଅଧିକ ସକ୍ରିୟ ହେବ । ଏଥିରେ ପରିବେଶରେ ର୍କାବନ ଡଇଅକସାଇଡା ମାତ୍ରା କମିବ ଓ ଗ୍ଲୋବଲ ୱରମିଙ୍ଗ ପରି ଜଟିଳ ସମସ୍ୟାର ସମାଧାନ ହୋଇପାରିବ ।