ଭଏସ କଲ୍ ଉପରେ ଚାର୍ଜ ଖବରକୁ ଏୟାରଟେଲ୍‌ର ଖାରଜ

0 1,934

ଭୁବନେଶ୍ୱର: ନିକଟରେ ଜିଓ ପକ୍ଷରୁ ଆଇୟୁସି ଆଉଟଗୋଇଁ କଲ୍ ଉପରେ ଚାର୍ଜ ଲାଗୁ ହେବା ପରେ, ବିଭିନ୍ନ ଗଣମାଧ୍ୟମରେ ଏୟାରଟେଲ ପକ୍ଷରୁ ମଧ୍ୟ ସମାନଭାବେ ଭଏସକଲ ଗୁଡ଼ିକ ଉପରେ ଚାର୍ଜ ଲଗାଯିବାର ଯୋଜନା ଥିବା ଖବର ପ୍ରକାଶ ପାଇଥିଲା। ତେବେ ଏହି ରିପୋର୍ଟକୁ ଏୟାରଟେଲ୍ ପକ୍ଷରୁ ଆଜି ଖାରଜ କରାଯିବା ସହ ଏହା ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି କୁହାଯାଇଛି। କମ୍ପାନୀ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ କୁହାଯାଇଛି ଯେ, ଏୟାରଟେଲର ଯେଉଁ ଗ୍ରାହକ ଅନଲିମିଟେଡ଼୍ ପ୍ୟାକରେ ଅଛନ୍ତି ସେମାନେ ଏୟାରଟେଲରୁ ଅନ୍ୟ ନେଟୱାର୍କକୁ କଲ୍କଲେ କୌଣସିବି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଏୟାରଟେଲ୍ ହେଉଛି ବାସ୍ତବରେ ଭାରତର ଅନଲିମିଟେଡ କଲିଂ ନେଟୱାର୍କ। ଏୟାରଟେଲ୍ ସର୍ବଦା ତାର ଗ୍ରାହକମାନଙ୍କ ନିକଟରେ ବିଶ୍ୱସ୍ତ ରହିଆସିଛି ଏବଂ ଆଗକୁ ଏହିପରି ଧାରା ବଜାୟ ରଖିବା ପାଇଁ କମ୍ପାନୀ ପ୍ରତିଶ୍ରୁତିବଦ୍ଧ।

Leave A Reply