ଫନି ବାତ୍ୟା ପରେ ଉଜୁଡି ଯାଇଛି ନଡିଆ ଓ ପାନ ଚାଷ, ହଜାର ହଜାର ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ

0 529

ଭୁବନେଶ୍ୱର .- ରାଜ୍ୟର ବାତ୍ୟା ପ୍ରଭାବିତ ୧୪ଟି ଜିଲ୍ଲାର ୮୮ଟି ବ୍ଲକ୍‌ରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି । ପ୍ରାରମ୍ଭିକ ଆକଳନ ଅନୁଯାୟୀ ସମୁଦାୟ ୧,୫୨,୯୮୫ ହେକଫର ଚାଷଜମି ପ୍ରଭାବିତ ହୋଇଥିବାବେଳେ ସେଥିରୁ ୧,୨୧,୯୬୧ ହେକଫର ଚାଷଜମିରେ ୩୩ ପ୍ରତିଶତରୁ ଅଧିକ ଶସ୍ୟହାନି ଘଟିଛି । ସେଥି ମଧ୍ୟରୁ ୩୬,୮୯୮ ଜଳସେଚିତ ଏବଂ ୭୨,୭୮୬ ହେକଫର ଜମି ବର୍ଷାଜଳ ଉପରେ ନିର୍ଭରଶୀଳ । ସେହିପରି ୧୨,୨୭୭ ହେକଫର ଜମିରେ କରାଯାଇଥିବା ଉଦ୍ୟାନକୃଷି ଯଥା: ନଡ଼ିଆ, ଆମ୍ବ, କଦଳୀ, ପାନ, କାଜୁ ଓ ଅନ୍ୟାନ୍ୟ ଫଳ ଆଦି ଫସଲ ନଷ୍ଟ ହୋଇଛି । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଫସଲ ନିମନ୍ତେ ୧୪୫.୪୫ କୋଟି ଟଙ୍କାର ସହାୟତା ରାଶି ଆବଶ୍ୟକ ରହିଥିବାର ପ୍ରାଥମିକ ଆକଳନ କରାଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମିଳିତ ଭାବେ ବିଭିନ୍ନ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ପୁଂଖାନୁପୁଂଖ ଯୁଗ୍ମ ଆକଳନ କରୁଛନ୍ତି ।

Leave A Reply