ଭୁବନେଶ୍ୱର: ଏକ ଆନ୍ତର୍ଜାତୀୟ ଫାର୍ମାସ୍ୟୁଟିକାଲ କମ୍ପାନୀ ଡକ୍ଟର ରେଡ୍ଡିସ୍ ଲାବୋରୋଟୋରିଜ୍ ଲିମିଟେଡ୍ ପକ୍ଷରୁ ଏହାର ମାଲିକାନାରେ ଥିବା ସହାୟକ କମ୍ପାନୀ ସ୍ୱାସ୍ ୱେଲ୍ନେସ୍ ଲିମିଟେଡ୍ ଦ୍ୱାରା ଏହାର ପ୍ରଥମ ଡାଇରେକ୍ଟ-ଟୁ-କଞ୍ଜ୍ୟୁମର (ଡି୨ସି) ଇକମର୍ସ ୱେବ୍ସାଇଟ୍ ‘ସେଲେବିଡା ୱେଲ୍ନେସ୍’ର ଶୁଭାରମ୍ଭ କରାଯାଇଛି । ‘ସେଲେବିଡା ୱେଲ୍ନେସ୍’ ଟାଇପ୍-୨ ଡାଇବେଟିକ୍ ଓ ପ୍ରି-ଡାଇବେଟିକ୍ ରୋଗରେ ପୀଡିତ ଲୋକମାନଙ୍କ ପାଇଁ ପର୍ସନାଲାଇଜ୍ଡ ଡାଇବେଟିକ୍ କେୟାର ପାଇଁ ଏକ ୱାନ୍-ଷ୍ଟପ୍ ସଲ୍ୟୁଶନରେ ପରିଣତ ହେବାକୁ ଲକ୍ଷ୍ୟ ରଖିଛି । ମଧୁମେହ ରୋଗୀମାନଙ୍କ ଦୈନିକ ପୋଷଣ ଆବଶ୍ୟକତାକୁ ପୂରଣ କରିବା ସହ ବ୍ରେକ୍ଫାଷ୍ଟ, ଲଂଚ୍ ,ଡିନର, ସ୍ନାକ୍ସ, ବେଭ୍ରେଜ, ମିଲ୍ ରିପ୍ଲେସ୍ମେଂଟ୍ ଭଳି ଦିନର ସମ୍ପୂର୍ଣ୍ଣ ଆହାର ଢାଂଚାରେ ଫିଟ୍ ହେଉଥିବା ଏକ ପ୍ରଡକ୍ଟ ପୋର୍ଟଫୋଲିଓ ପ୍ରଦାନ କରିବା ପାଇଁ ଏହି ୱେବ୍ସାଇଟ୍ରେ ସେଲେବିଡା ରେଞ୍ଜର ଉତ୍ପାଦ ସମେତ ଅନ୍ୟାନ୍ୟ ୩ୟ ପକ୍ଷ ବ୍ରାଣ୍ଡଗୁଡିକ ଉପଲବ୍ଧ ହେବ । ଏହି ୱେବ୍ସାଇଟ୍ ବର୍ତମାନ ଦେଶର ୧୮୦୦୦ରୁ ଅଧିକ ପିନ୍କୋଡ୍ରେ ଡେଲିଭରି ପ୍ରଦାନ କରୁଛି । ସେଲେବିଡା ୱେଲ୍ନେସ୍ (www.celevidawellness.com)ର ଶୁଭାରମ୍ଭ ସେଲେବିଡା ରେଞ୍ଜର ଉତ୍ପାଦ ସମେତ ଅନ୍ୟ ବ୍ରାଣ୍ଡଗୁଡିକର ଉତ୍ପାଦକୁ ସିଧାସଳଖ ଗ୍ରାହକଙ୍କ ନିକଟରେ ପହଂଚିବା ପାଇଁ ସକ୍ଷମ କରୁଛି ।

ଏସମ୍ପର୍କରେ ବ୍ରାଣ୍ଡେଡ୍ ମାର୍କେଟ୍ସ (ଭାରତ ଓ ଉଦୀୟମାନ ବଜାର)ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏମ୍.ଭି ରମଣ କହିଛନ୍ତି, ‘ଆମେ ଆମର ସହାୟକ କମ୍ପାନୀ ସ୍ୱାସ୍ ୱେଲ୍ନେସ୍ ଦ୍ୱାରା ଏକ ଡାଇରେକ୍ଟ-ଟୁ-କଞ୍ଜ୍ୟୁମର ଇକମର୍ସ ପ୍ଲାଟ୍ଫର୍ମ ଭାବେ ସେଲେବିଡା ୱେଲ୍ନେସ୍ର ଉନ୍ମୋଚନ ଘୋଷଣା କରି ଖୁବ୍ ଆନନ୍ଦିତ । ଆମେ ‘ସେଲେବିଡା ୱେଲ୍ନେସ୍’କୁ ଟାଇପ୍ ୨ ଡାଇବେଟିକ୍ ଓ ପ୍ରି-ଡାଇବେଟିକ୍ ରୋଗୀଙ୍କ ପାଇଁ ଏକ ବ୍ୟାପକ ୱାନ୍-ଷ୍ଟପ୍ ସଲ୍ୟୁଶନରେ ପରିଣତ ହେବାର ଦେଖୁଛୁ ଯାହା ମିଲ୍, ବ୍ୟକ୍ତିଗତ ଆହାର ଓ ସ୍ୱାସ୍ଥ୍ୟ ସୂଚନା ଏବଂ ଏହାସହିତ ହେଲ୍ଥ ପାଟର୍ଣ୍ଣଗୁଡିକୁ ଟ୍ରାକ୍ କରିବା ପାଇଁ ଡିଜିଟାଲ ଡାଏରୀ ଓ ଅନ୍-କଲ୍ ନ୍ୟୁଟ୍ରିସ୍ନିଷ୍ଟ ଭଳି ଫିଚର ପ୍ରଦାନ କରୁଛି । ଏକ ବ୍ୟବସାୟ ଭାବେ ଏହି ଶୁଭାରମ୍ଭ ନ୍ୟୁଟ୍ରାସ୍ୟୁଟିକାଲ ସେଗ୍ମେଂଟ୍ରେ ଆମର ଉପସ୍ଥିତିକୁ ମଜଭୁତ କରିଛି ଏବଂ ବିକଶିତ ଫାର୍ମା ବିଜ୍ନେସ୍ ମଡେଲଗୁଡିକୁ ଦୃଷ୍ଟି ରଖି ଡି୨ସି କ୍ଷେତ୍ରରେ ଆମର ପ୍ରବେଶକୁ ଚିହ୍ନିତ କରୁଛି କାରଣ ଆମେ ୨୦୩୦ ସୁଦ୍ଧା ୧.୫ ବିଲିୟନରୁ ଅଧିକ ରୋଗୀଙ୍କ ନିକଟରେ ପହଂଚିବାକୁ ଲକ୍ଷ୍ୟ ରଖିଛୁ ।’
ସେଲେବିଡା ୱେଲ୍ନେସ୍ ଡାଇବେଟିସ ରୋଗୀମାନଙ୍କ ଆବଶ୍ୟକତାକୁ ପୂରଣ କରିବ ଏବଂ ସେମାନଙ୍କୁ ସଠିକ୍ ପୋଷଣ ଓ ଆହାର ସେବନ ସହିତ ନିଜ ରୋଗକୁ ନିୟନ୍ତ୍ରଣ ଓ ପରିଚାଳନା କରିବାରେ ସାହାଯ୍ୟ କରିବ । ଏଥିସହିତ ସେଲେବିଡା ୱେଲ୍ନେସ୍ ‘ଡିଜିଟାଲ ଡାଏରୀ’ (ଏକ କଂଟେଂଟ୍ ରିପୋଜିଟୋରୀ ଯାହା ମାଧ୍ୟମରେ ଉପଭୋକ୍ତାମାନେ ନିଜର ସ୍ଥିତି ଓ ପୋଷଣ ଗ୍ରହଣ ହାରକୁ ଟ୍ରାକ୍ କରିପାରିବେ) ଏବଂ ନ୍ୟୁଟ୍ରିସ୍ନିଷ୍ଟଙ୍କ ସହିତ ଅନ୍-କଲ୍ କନ୍ସଲ୍ଟେଶନ ଭଳି ଫିଚରଗୁଡିକ ସାମିଲ କରିବ । ୱେବ୍ସାଇଟ୍ ସମ୍ପର୍କରେ ଅଧିକ ଜାଣିବା କିମ୍ବା ପ୍ରଡକ୍ଟ ପୋର୍ଟଫୋଲିଓକୁ ଏକ୍ସପ୍ଲୋର କରିବା ପାଇଁ www.celevidawellness.comରେ ଲଗ୍ଅନ୍ କରନ୍ତୁ ।
Comments are closed, but trackbacks and pingbacks are open.