କିପରି ଲୋକକୁ କେବେ ବିଶ୍ୱାସ କରିବେ ନାହିଁ ଜାଣନ୍ତୁ

0 1,053

ବିଶ୍ୱାସ ମଣିଷର ସବୁଠାରୁ ବଡ ଜିନିଷ । ମାତ୍ର ବେଳେ ବେଳେ ଅତ୍ୟଧିକ ବିଶ୍ୱାସ  ଯୋଗୁଁ ମଣିଷ ଧୋକା ପାଇଥାଏ ।ତେବେ କିପରି ଲୋକଙ୍କ ଉପରେ ବିଶ୍ୱାସ କରିବା ଅନୁଚିତ ଜାଣନ୍ତୁ

-ସବୁ କଥାରେ ନିଜ ଫାଇଦା ଦେଖୁଥିବା ବ୍ୟକ୍ତିଠାରୁ ଦୂରେଇ ରୁହନ୍ତୁ। କାହିଁକି ନାଁ ଭଲ ସଂପର୍କର ପରମାପକ ଫାଇଦା ନୁହେଁ, ଶ୍ରଦ୍ଧା ହୋଇଥାଏ।

-ବିନା କାରଣରେ ଯଦି ବାରମ୍ବାର ଆପଣଙ୍କ ପ୍ରଶଂସା କରୁଛନ୍ତି ,ସେପରି ଲୋକଙ୍କୁ ବିଶ୍ୱାସ କରିବା ଅନୁଚିତ। କୋଉଁଠି ନା କୋଉଁଠି ଆପଣଙ୍କ ପ୍ରଶଂସା କରିବା ପଛରେ ତାଙ୍କର ସ୍ୱାର୍ଥ ପ୍ରତିପାଦନ କରିବାର ଇଚ୍ଛା ଲୁଚିକରି ଥାଏ।

-ସର୍ବ ସମ୍ମୁଖରେ ଯଦି କେହି ଆପଣଙ୍କୁ ଅପମାନିତ କରିପାରୁଛନ୍ତି ତେବେ ଜାଣିରଖନ୍ତୁ ସେ ବ୍ୟକ୍ତି ଆପଣଙ୍କ ପାଇଁ ଠିକ୍‌ ନୁହଁନ୍ତି। କାହିଁକି ନାଁ, ଆପଣଙ୍କୁ ସ୍ନେହ କରୁଥିବା ଲୋକ ଅନ୍ୟ ସମ୍ମୁଖରେ ତ ଦୂରର କଥା ଏକାନ୍ତରେ ବି ଅପମାନିତ କରିବା କଥା ଚିନ୍ତା କରିବେ ନାହିଁ।

-ଯେଉଁ ବ୍ୟକ୍ତି ଅନ୍ୟ ବିରୋଧରେ ଆସି ଆପଣଙ୍କ ସମ୍ମୁଖରେ ଗପୁଛନ୍ତି ସେମାନଙ୍କୁ ବିଶ୍ୱାସ କରନ୍ତୁ ନାହିଁ। ସେପରି ଲୋକ ଆପଣଙ୍କ ବିରୋଧରେ ବି ଅନ୍ୟ ଆଗରେ ଗପୁଥିବେ ବୋଲି ନିଶ୍ଚିତ ହୋଇଯାଆନ୍ତୁ।

Leave A Reply