ବିଲେଇ ରାସ୍ତାପାର କରିବା ସତ୍ୟତା ଓ ଅନ୍ଧ ବିଶ୍ୱାସ

0 1,368

ରାସ୍ତାରେ ବିଲେଇ  ପାର ହେଲେ ଅନେକ ଏହା ଖରାପ ବୋଲି ବିଶ୍ୱାସ କରି ଥାଆନ୍ତି । କିଛି ଲୋକ ଚାରି ପାଦ କି ଅଳ୍ପ ପଛକୁ ଫେରି ଥାଆନ୍ତି । ଏହା କେବଳ ଭାରତରେ ନୁହଁ ୟୁରୋପର କିଛି ରାଷ୍ଟ୍ରରେ ପ୍ରଚଳିତ । ପୁରାତନ କାଳରେ ଲୋକମାନେ ଶଗଡ, ବଳଦ ଗାଡ଼ିରେ  କିମ୍ବା ଘୋଡା ଗାଡିରେ ଯାତାୟାତ କରୁଥିଲେ। ସେମାନେ ଏହି ଗାଡ଼ିରେ ଛେଳି, ମେଣ୍ଡା ଓ ଗୋରୁ ଆଦି ନେଇ ଅନ୍ୟତ୍ର ବେପାର କରୁଥିଲେ। ରାତିରେ ଯେତେବେଳେ ଜଙ୍ଗଲ ପାର ହେଉଥିଲେ . ବିଲେପରି ବାଘ ଚିତା ବାଘ ରାସ୍ତା ପାର ହେଉଥିଲେ   ବଳଦ ଓ ଘୋଡା ଏମାକୁ ଦେଖି ଭଯଭାତ ହୋଇ ଏଣେତେଣେ ଦଉଡୁଥିଲେ  ବେପାରୀମାନଙ୍କର କ୍ଷତି ହେଉଥିଲା । ସେମାନଙ୍କ ଭୟ ଥିଲା କାଳେ ବିଲୁଆ, ହେଟାବାଘ ଆଦି ବନ୍ୟ ଜନ୍ତୁ ସେମାନଙ୍କ ଗୃହପାଳିତ ପଶୁକୁ ଟାଣି ନେବେ। ସେଥିପାଇଁ ସେମାନେ ଜଙ୍ଗଲ ପଡ଼ିବା ପୂର୍ବରୁ ସୁରକ୍ଷିତ ସ୍ଥାନରେ ରାତ୍ରି ରହଣି କରୁଥିଲେ। ସେମାନେ ସେମାନଙ୍କ ପରବର୍ତ୍ତୀ ପିଢିଙ୍କୁ ଏ ସମ୍ପର୍କରେ ସଚେତନ କରିଥିଲେ। ପରେ ବନ୍ୟ ଜନ୍ତୁଙ୍କୁ ଡରାଇବା ପାଇଁ ବଳଦଗାଡ଼ିର ନିମ୍ନ ଭାଗରେ ଜଳୁଥିବା ଏକ ଲଣ୍ଠନ ଓହଳାଇ ଯାତ୍ରା କରୁଥିଲେ। ସମୟକ୍ରମେ ଏହି ଧାରା ବଦଳି ଯାଇ ବନ୍ୟ ଜନ୍ତୁ ବିଲେଇର ରୂପ ନେଇଛି। ତେଣୁ ସମ୍ମୁଖରେ ବିଲେଇ ଗଲେ ରାସ୍ତା ପାରି ହେବା ଅଶୁଭ ବୋଲି କୁହାଯାଉଛି । ମାତ୍ର ଏହା ଏକ ଅନ୍ଧ ବିଶ୍ୱାସ । ଏବେ ସମୟ ବଦଳିଲାଣି । ଶଗଡ ଓ ଘୋ଼ଡା ଗାଡି ବଦଳରେ ଅନେକ ଉନ୍ନତ ଗାଡି ବ୍ୟବହାର କରାଯାଉଛି ମାତ୍ର ମଣିଷ ଏବେବି କେତକ ଅନ୍ଧ ବିଶ୍ୱାସରେ ରହିଛି ।

Leave A Reply