ସ୍ୱଦେଶ ନିର୍ମିତ ଲେଜର-ଗାଇଡେଡ୍‍ ଟ୍ୟାଙ୍କ୍‍-ବିଧ୍ୱଂସି ଗାଇଡେଡ୍‍ କ୍ଷେପଣାସ୍ତ୍ର ATGସଫଳ ପରୀକ୍ଷଣ

107

ସ୍ୱଦେଶ ନିର୍ମିତ ଲେଜର-ଗାଇଡେଡ୍‍ ଟ୍ୟାଙ୍କ୍‍-ବିଧ୍ୱଂସି ଗାଇଡେଡ୍‍ କ୍ଷେପଣାସ୍ତ୍ର ATGକୁ ଗତକାଲି ଅହମ୍ମଦା ନଗର ସଶସ୍ତ୍ର ବାହିନୀ କେନ୍ଦ୍ର ସମର୍ଥନରେ ଭାରତୀୟ ସେନାବାହିନୀର କେ.କେ. ରେଞ୍ଜ୍‍ ଏବଂ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂଗଠନ ପକ୍ଷରୁ ମୁଖ୍ୟ ଯୁଦ୍ଧବାହି ଟ୍ୟାଙ୍କ୍‍ ଏମ୍‍.ବି.ଟି. ଅର୍ଜୁନରୁ ସଫଳ ପରୀକ୍ଷଣ କରାଯାଇଛି । ଏହି କ୍ଷେପଣାସ୍ତ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ସଠିକ୍‍ ଭାବେ ଦୁଇଟି ଭିନ୍ନ ଭିନ୍ନ ପଥରେ ଲକ୍ଷ୍ୟ ଭେଦ କରିଥିଲା ।

ଟେଲିମେଟ୍ରି ବ୍ୟବସ୍ଥା ମାଧ୍ୟମରେ କ୍ଷେପଣାସ୍ତ୍ରର ପରୀକ୍ଷଣକୁ ସଫଳତାର ସହ ରେକର୍ଡ କରାଯାଇଛି । ସବୁ ସ୍ୱଦେଶ ନିର୍ମିତ ଲେଜର ଗାଇଡେଡ୍‍ ATGଗୁଡ଼ିକ ଟ୍ୟାଙ୍କ୍‍ ବିଧ୍ୱଂସି ବିସ୍ଫୋରକ ପ୍ରତିକ୍ରିୟାଶୀଳ ଅସ୍ତ୍ରଶସ୍ତ୍ର ସୁରକ୍ଷିତ ଯାନରେ ଖଞ୍ଜା ଯାଇଥାଏ । ATGଗୁଡ଼ିକ ବିବିଧ ମଞ୍ଚରୁ ନିକ୍ଷେପ ଅଧ୍ୟକ୍ଷତା ରଖିଛି ବର୍ତ୍ତମାନ ଏମ୍‍.ବି.ଟି. ଅର୍ଜୁନର ୧୨୦ ଏମ୍‍.ଏମ୍‍. ବନ୍ଧୁକରୁ ଏହାର ପରୀକ୍ଷଣ ମୂଲ୍ୟାୟନ କରାଯାଉଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଡି.ଆର୍‍.ଡି.ଓ. ଓ ଭାରତୀୟ ସୈନ୍ୟବାହିନୀକୁ ଏହାର ସଫଳ ପରୀକ୍ଷଣ ପାଇଁ ପ୍ରଶଂସା କରିଛନ୍ତି । ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ ଅଧ୍ୟକ୍ଷ ସଚିବ ଜି. ସତିଶ ରେଡ୍ଡୀ ମଧ୍ୟ ଏହି ଲେଜର ଗାଇଡେଡ୍‍ ATG କ୍ଷେପଣାସ୍ତ୍ର ପରୀକ୍ଷଣରେ ସମ୍ପୃକ୍ତ ଟିମ୍‍ ଗୁଡ଼ିକୁ ଅଭିନନ୍ଦନ ଜଣାଇଛନ୍ତି ।

Comments are closed, but trackbacks and pingbacks are open.