ଚୀନର ଏକ ରକେଟ୍ ଭାରତ ମହାସାଗରରେ ଖସିପଡ଼ିଛିଥିବା ବିଷୟରେ ବେଜିଂ କିଛି ସୂଚନା ଦେଇନାହଁ । ନାସା ପକ୍ଷରୁ କୁହାଯାଇଛି ଏହି ରକେଟର ଲକ୍ଷ୍ୟସ୍ଥଳୀ କ’ଣ ଥିଲା ଏବଂ ଏହାର ଭଙ୍ଗାରୁଜା ଅଂଶଗୁଡ଼ିକ କେଉଠାରେ ପଡ଼ିଛି ସେ ବିଷୟରେ ବେଜିଂ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ । ଆମେରିକା ମହାକାଶ କମାଣ୍ଡ ପକ୍ଷରୁ କୁହାଯାଇଛି ୫-ବି ରକେଟ୍ ଭାରତ ମହାସାଗର ଭିତରେ ପ୍ରବେଶ କରିଥିଲା । ନାସାର ପ୍ରଶାସକ ବିଲ୍ ନେଲ୍ସନ କହିଛନ୍ତି ମହାକାଶକୁ ଭୟ କରୁଥିବା ଦେଶଗୁଡ଼ିକ ପୁରୁଣା ନୀତି ନିୟମକୁ ପାଳନ କରିବା ସଙ୍ଗେସଙ୍ଗେ ଯଦି କୌଣସି ରକେଟ୍ ଅସଫଳ ହୋଇ ଖସିପଡ଼େ, ତେବେ ସେ ସଂକ୍ରାନ୍ତରେ ଆଗୁଆ ସୂଚନା ଦେବାର ଆବଶ୍ୟକତା ରହିଛି ।
ଏହାଦ୍ୱାରା ରକେଟର ଭଙ୍ଗାରୁଜା ଅଂଶ କେଉଁଠି ପଡ଼ୁଛି, ତାହା ଜଣାପଡ଼ିବ ଓ ଏହାଦ୍ୱାରା କି ପ୍ରକାର ବିପଦ ସୃଷ୍ଟି ହେବ, ସେ ବିଷୟରେ ମଧ୍ୟ ଆକଳନ କରାଯାଇ ପାରିବ । ଏହାଦ୍ୱାରା ବିଶ୍ୱବାସୀଙ୍କ ପାଇଁ ମହାକାଶକୁ ନିରାପଦ ବ୍ୟବହାର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଶ୍ରୀ ନେଲ୍ସନ କହିଛନ୍ତି । ଲସ୍ ଏଞ୍ଜେଲ୍ସ ନିକଟରେ ସ୍ଥାପନ କରାଯାଇଥିବା ଏରୋସ୍ପେସ୍ କର୍ପୋରେସନ୍ ପକ୍ଷରୁ କୁହାଯାଇଛି ସାଢ଼େ ୨୨ଟନ୍ ଓଜନ ବିଶିଷ୍ଟ ରକେଟ ପୃଥିବୀ ପୃଷ୍ଠକୁ ଫେରୁଥିବା ବାଟରେ ନିୟନ୍ତ୍ରଣ ହରାଇଥିଲା । ଏରୋସ୍ପେସ୍ କର୍ପୋରେସନକୁ ମହାକାଶ ଗବେଷଣା ପାଇଁ ସରକାରୀ ପାଣ୍ଠି ପ୍ରଦାନ
କରାଯାଇଥାଏ ।
Comments are closed, but trackbacks and pingbacks are open.