ଭାରତ ଓ ବାଂଲାଦେଶ ମଧ୍ୟରେ ଜାହାଜରେ ପରିବହନ ବ୍ୟବସ୍ଥା ଆଉ
ଏକ ପାଦ ଅଗ୍ରସର

93

ଭାରତ ଓ ବାଂଲାଦେଶ ମଧ୍ୟରେ ଜାହାଜରେ ପରିବହନ ବ୍ୟବସ୍ଥା ଆଉ ଏକ ପାଦ ଅଗ୍ରସର ହୋଇଛି । ଗତ ଶନିବାର ଦିନ ଶ୍ୟାମାପ୍ରସାଦ ମୁଖାର୍ଜୀ ବନ୍ଦରରୁ ମୋଙ୍ଗଲା ବନ୍ଦର ମଧ୍ୟରେ ଏକ ମାଲ୍‍ବାହୀ ଜାହାଜର ସାନି ପରୀକ୍ଷାମୂଳକ ଚଳାଚଳ କରାଯାଇଛି । ଆମର ଢାକା ସମ୍ବାଦଦାତା କହିଛନ୍ତି ଚଟଗ୍ରାମ ଓ ମୋଙ୍ଗଲା ବନ୍ଦରକୁ ଜଳପଥରେ ମାଲ୍‍ ପରିବହନ ପାଇଁ ବ୍ୟବହାର ସକାଶେ ୨୦୧୪ ମସିହାରେ ଦୁଇଦେଶ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । କୋଲକାତାର ଶ୍ୟାମାପ୍ରସାଦ ମୁଖାର୍ଜୀ ବନ୍ଦରରୁ ଏକ ମାଲ୍‍ବାହୀ ଜାହାଜରେ ଲୁହା ପାଇପ୍‍ ଓ ପ୍ରିଫୋମ୍‍ ମୋଙ୍ଗଲା ବନ୍ଦର ଅଭିମୁଖେ ଯାତ୍ରା କରିଛି । ଆସନ୍ତା ୫ ତାରିଖରେ ଏହି ମାଲ୍‍ବାହୀ ଜାହାଜ ସେଠାରେ ପହଞ୍ଚିବ । ତା’ପରେ ସଡ଼କପଥରେ ଲୁହା ପାଇପଗୁଡ଼ିକୁ ମେଘାଳୟ ଓ ଆସାମକୁ ନିଆଯିବାର ବ୍ୟବସ୍ଥା କରାଯିବ ।

Comments are closed, but trackbacks and pingbacks are open.