ବିଶ୍ୱ ବିଦ୍ୟାଳୟ ମଞ୍ଜୁରୀ କମିଶନ୍ ୟୁ.ଜି.ସି. ସାଧାରଣ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଦାଖଲ ଶେଷ ସମୟ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ୨୦୨୨ ଶିକ୍ଷା ବର୍ଷ ପାଇଁ ବିଭିନ୍ନ ସ୍ନାତକ ପାଠ୍ୟକ୍ରମ ସକାଶେ କେନ୍ଦ୍ରୀୟ, ରାଜ୍ୟ, ବେସରକାରୀ ଓ ଡିମ୍ଡ୍ ବିଶ୍ୱବିଦ୍ୟାଳୟ ଗୁଡ଼ିକ ପାଇଁ ଏହି ସମୟସୀମା ବୃଦ୍ଧି କରାଯାଇଛି । ୟୁ.ଜି.ସି. ଅଧ୍ୟକ୍ଷ ପ୍ରଫେସର୍ ଏମ୍. ଜଗଦେଶ କୁମାର କହିଛନ୍ତି, ଏହି ସମୟସୀମା ବୃଦ୍ଧି କରାଯିବା ଦ୍ୱାରା ପ୍ରବେଶିକା ପରୀକ୍ଷା ପାଇଁ ବିଦ୍ୟାର୍ଥୀମାନଙ୍କୁ ଅତିରିକ୍ତ ସୁଯୋଗ ମିଳିବ । ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ସକାଶେ ଆଜି ଶେଷ ତାରିଖ ରହିଛି ।
Comments are closed, but trackbacks and pingbacks are open.