ଲଘୁଚାପ-ସରକାର ଅତି କମ୍‍ରେ ୧୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ

92

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନାକୁ ନେଇ ଓଡ଼ିଶା ସରକାର ଅତି କମ୍‍ରେ ୧୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଘୂର୍ଣ୍ଣିଝଡ଼ର ପ୍ରକୃତ ପଥ ଏ ପର୍ଯ୍ୟନ୍ତ ଅନୁମାନ କରାଯାଇ ପାରିନଥିଲେ ମଧ୍ୟ ଭାରତୀୟ ପାଣିପାଗ ବିଭାଗ କହିଛି, ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ ଆଶଙ୍କା ଦୃଷ୍ଟିରୁ କୌଣସି ପ୍ରକାର ଅଘଟଣ ଯେଭଳି ନ ଘଟେ ସେଥିପାଇଁ ରାଜ୍ୟ ସରକାରଙ୍କୁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।

ଗତକାଲି ଅନୁଷ୍ଠିତ ଏକ ବୈଠକରେ ସ୍ୱତନ୍ତ୍ର ରିଲିଫ୍‍ କମିଶନର ତଳିଆ ଅଞ୍ଚଳ ଓ ବାତ୍ୟା ଆଶ୍ରୟ ସ୍ଥଳୀଗୁଡ଼ିକୁ ନିଜ ନିଜ ଜିଲ୍ଲାରେ ଚିହ୍ନଟ କରିବା ପାଇଁ
ରାଜ୍ୟପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଏବଂ ନିରାପତ୍ତା ପଦକ୍ଷେପ ଗ୍ରହଣ କରିବା ସକାଶେ ଜିଲ୍ଲାପାଳମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ଦିନେ ଦୁଇ ଦିନ ଭିତରେ ବାତ୍ୟାର ରୂପ ନେବାର ଆଶଙ୍କା ଥିବାରୁ ଭୟଭିତ ନ ହେବା ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ମୂଲ୍ୟ ବୃଦ୍ଧି ନ କରିବା ପାଇଁ ବ୍ୟବସାୟୀମାନଙ୍କୁ ତାଗିଦ୍‍ କରାଯାଇଥିବାର ସୂଚନା ମିଳିଛି ।

Comments are closed, but trackbacks and pingbacks are open.