ସାଇବର୍ ବିଶେଷଜ୍ଞ ଏବଂ ସାଇବର୍ ଅପରାଧ ପରିଚାଳନା କରୁଥିବା ଅଧିକାରୀମାନେ ଅଣସ୍ୱୀକୃତିପ୍ରାପ୍ତ ୱେବ୍ସାଇଟ୍ ଏବଂ ଅଜଣା ଲିଙ୍କ୍ ଜରିଆରେ
ସାଇବର ଆକ୍ରମଣ ବିପଦ ବିରୋଧରେ ଅନ୍ଲାଇନ୍ ବ୍ୟବହାରକାରୀମାନଙ୍କୁ ସତର୍କ କରାଇଛନ୍ତି । ସାଇବର୍ ନିରାପତ୍ତା ସଂକ୍ରାନ୍ତରେ ଏକ ୱେବିନାର୍
ମୁମ୍ବାଇ ଓ ଗୋଆଠାରେ ପତ୍ର ସୂଚନା ବ୍ୟୁରୋ ପକ୍ଷରୁ ଆୟୋଜନ କରାଯାଇଥିଲା । ଏହି ଅବସରରେ ଭାରତୀୟ ପୁଲିସ୍ ସେବା ଅଧିକାରୀ
ନୀତିନ୍ ୱାଲ୍ସନ୍ କହିଛନ୍ତି, ଅଜଣା ସୂତ୍ରରୁ ଲୋକମାନେ ସୂଚନା ଡାଉନ୍ଲୋଡ଼୍ କରିବା ଉଚିତ ନୁହେଁ କିମ୍ବା ଅଜଣା ଲିଙ୍କ୍ଗୁଡ଼ିକ ଉପରେ କ୍ଲିକ୍
କରାଯିବା ଅନୁଚିତ । ଯାହାଦ୍ୱାରା ଅଣସ୍ୱୀକୃତିପ୍ରାପ୍ତ ୱେବ୍ସାଇଟ୍ଗୁଡ଼ିକ ଜରିଆରେ କମ୍ପ୍ୟୁଟର ମାଧ୍ୟମରେ ସାଇବର ଆକ୍ରମଣକୁ ରୋକାଯାଇ ପାରିବ ।
ସେ କହିଛନ୍ତି, ଯଦି କୌଣସି ବ୍ୟକ୍ତି ଅନ୍ଲାଇନ୍ ଜରିଆରେ ଅର୍ଥ ଠକେଇର ଶିକାର ହୋଇଥା’ନ୍ତି, ସେ ଯଥାଶୀଘ୍ର ୧୯୩୦ ହେଲ୍ପ୍ ଲାଇନ୍ ନମ୍ବରକୁଫୋନ୍ କରି ଜଣାଇବେ ଏବଂ ଙ୍ଗଙ୍ଗଙ୍ଗ.ମଚ୍ଚଭରକ୍ସମକ୍ସସଜ୍ଞର.ଶକ୍ଟଙ୍ଖ.ସଦ୍ଭ ଜରିଆରେ ଅଭିଯୋଗ କରିବାର ଆବଶ୍ୟକ ରହିଛି ।
Comments are closed, but trackbacks and pingbacks are open.