ଆସନ୍ତା ଜାନୁୟାରୀ ୧୦ ତାରିଖରୁ କଟକରେ ସ୍ୱାସ୍ଥ୍ୟକର୍ମୀ, ବରିଷ୍ଠ ନାଗରିକ ଏବଂ ବହୁବିଧ ରୋଗରେ ପୀଡିତ ବ୍ୟକ୍ତିଙ୍କୁ କରୋନା ବୁଷ୍ଟର ଡୋଜ୍ ପ୍ରଦାନ କରାଯିବ । ଏ ନେଇ କଟକ ମହାନଗର ନିଗମର ଡେପୁଟୀ କମିଶନର କହିଛନ୍ତି କେଉଁ ସମୟରେ କିଏ ଏହି ଟିକା ନେଇପାରିବେ ଖୁବ୍ ଶୀଘ୍ର ତାହାର ସବିଶେଷ ବିବରଣୀ ପ୍ରକାଶ ପାଇବ ।
ସାର୍ବଜନୀନ କରୋନା ଟିକାକରଣରେ ଦେଶରେ ଆଜି ସୁଦ୍ଧା ୧୪୨ କୋଟି ୮୮ ଲକ୍ଷରୁ ଊଦ୍ଧ୍ୱର୍ ଡୋଜ୍ ଟିକା ଦିଆଯାଇଛି । ସରକାରୀ ସୂଚନା ମୁତାବକ ଆଜି ମଧ୍ୟାହ୍ନ ସୁଦ୍ଧା ସାରା ଦେଶରେ ୩୩ ଲକ୍ଷ ୩୦ ହଜାରରୁ ଅଧିକ ଡୋଜ୍ ଟିକା ପ୍ରଦାନ କରାଯାଇଛି ।
ସେହିଭଳି ରାଜ୍ୟରେ ଏପର୍ଯ୍ୟନ୍ତ ୪ କୋଟି ୯୧ ଲକ୍ଷ ୩୨ ହଜାର ୧୩୫ ଡୋଜ୍ କରୋନା ଟିକା ଦିଆଯାଇଛି । ସେଥିମଧ୍ୟରୁ ୨ କୋଟି ୯୦ ଲକ୍ଷ ୨୦ ହଜାର ୫୨୫ ପ୍ରଥମ ଡୋଜ୍ ଟିକା ଦିଆଯାଇଥିବାବେଳେ ୨ କୋଟି ୧ ଲକ୍ଷ ୧୧ ହଜାର ୬୧୦ଟି ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ଆଜି ମଧ୍ୟାହ୍ନ ସୁଦ୍ଧା ୨ ହଜାର ୧୨୧ ଟି ଟିକାକରଣ କେନ୍ଦ୍ରରେ ୧ ଲକ୍ଷ ୬ ହଜାର ୯୫୬ ଡୋଜ୍ ଟିକା ଦିଆଯାଇଥିବା ସୂଚନା ମିଳିଛି ।