ଜୁନିୟର୍‍ ବିଶ୍ୱକପ୍‍ ହକି ପାଇଁ ୧୮ଜଣିଆ ଭାରତୀୟ ଦଳ ଘୋଷିତ

0 104

ଜୁନିୟର୍‍ ବିଶ୍ୱକପ୍‍ ହକି ପାଇଁ ୧୮ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି । ଏଥିରେ ୩ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ – ଅଭିଷେକ ଲାକ୍ରା, ସୁନିଲ୍‍ ଜୋଜୋ ଓ ସୁଦିପ୍‍ ଚିର୍‍ମାକୋ । ଏହି ଦଳର ନେତୃତ୍ୱ ବିବେକ ସାଗର ପ୍ରସାଦ ନେବେ ।

ଆସନ୍ତା ୨୪ ତାରିଖରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‍ରେ ଜୁନିୟର ହକି ବିଶ୍ୱକପ୍‍ର ଶୁଭାରମ୍ଭ ହେବ ବୋଲି କ୍ରୀଡ଼ା ସଚିବ ଭିନିଲ୍‍ କ୍ରିଷ୍ଣା ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହି ବିଶ୍ୱକପ୍‍ରେ ୧୬ଟି ଟିମ୍‍ ଅଂଶଗ୍ରହଣ କରିବେ । ଏଥିସକାଶେ ଭାରତୀୟ ଦଳ ଭୁବନେଶ୍ୱରରେ ପହଞ୍ଚିସାରିଛି ।


୧୫ ତାରିଖରେ ଅନ୍ୟସବୁ ଦଳ ଭୁବନେଶ୍ୱରରେ ପହଞ୍ଚିବେ । ବାୟୋବବଲ୍‍ ପ୍ରକ୍ରିୟାରେ ବିଶ୍ୱକପ୍‍ ଅନୁଷ୍ଠିତ ହେବ । କୋଭିଡ୍‍ କଟକଣା ମଧ୍ୟରେ ଆୟୋଜିତ ହେବାକୁ ଥିବା ଏହି
ଟୁର୍ଣ୍ଣାମେଣ୍ଟ୍‍ରେ ଦର୍ଶକମାନଙ୍କୁ ଷ୍ଟାଡିୟମ୍‍କୁ ଆସିବାକୁ ବାରଣ କରାଯାଇଛି ।


ଖେଳାଳି ଓ କର୍ମଚାରୀମାନଙ୍କ ପ୍ରତିଦିନ ଆର୍‍.ଟି.ପି.ସି.ଆର୍‍. ଟେଷ୍ଟ ହେବ । ଏହିସହିତ ଖେଳାଳିମାନଙ୍କ ପାଇଁ ୨ଟି ସ୍ୱତନ୍ତ୍ର କୋଭିଡ୍‍ ହସ୍ପିଟାଲ୍‍ ସଂରକ୍ଷଣ ରଖାଯାଇଛି । ନିରାଡମ୍ବରରେ ଜୁନିୟର୍‍ ହକି ବିଶ୍ୱକପ୍‍ ଉଦ୍‍ଘାଟନ ଉତ୍ସବ ଅନୁଷ୍ଠିତ ହେବ ।

Leave A Reply