ଯୁକ୍ତ ଦୁଇ ସ୍ପଟ୍ ନାମଲେଖା ମେଧାତାଲିକା ପ୍ରକାଶ ପାଇଛି । ଆ ଦୁଇ ଦିନ ଧରି ଛାତ୍ରଛାତ୍ରୀମାନେ ନାମ ଲେଖାଇବାପାଇଁ ପଞ୍ଜୀକରଣ କରିପାରିବେ । ୧୧ ତାରିଖରେ ନାମଲେଖାପାଇଁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ଆସନ୍ତା ୧୧ ଓ ୧୨ ତାରିଖରେ ନାମଲେଖା ଅନୁଷ୍ଠିତ ହେବ ।
୧୩ ତାରିଖରେ ସବୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ନାମଲେଖା ଚୂଡ଼ାନ୍ତ ତଥ୍ୟ ଦାଖଲ କରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପରେ ଯୁକ୍ତ ଦୁଇ କନିଷ୍ଠ ମହାବିଦ୍ୟାଳୟରେ ୧ ଲକ୍ଷ ୨୩ ହଜାର ୨୯୨ ସିଟ୍ ଖାଲି ପଡ଼ିଛି ।