ପୁରୀ ଶ୍ରୀମନ୍ଦିର ନିମନ୍ତେ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୧୯୦ କୋଟି ୨୬ ଲକ୍ଷ ଟଙ୍କା ବଜେଟ ଅନୁମୋଦିତ

0 96

ପୁରୀ ଶ୍ରୀମନ୍ଦିର ନିମନ୍ତେ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୧୯୦ କୋଟି ୨୬ ଲକ୍ଷ ଟଙ୍କା ବଜେଟ ଅନୁମୋଦିତ ହୋଇଛି । ମହାରାଜା ଗଜପତି ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରାଜସ୍ୱ ସୂତ୍ରରୁ ଆୟ ୧୦୬ କୋଟି ଟଙ୍କା ହେବ ଏବଂ ବ୍ୟୟର ପରିମାଣ ୮୫ କୋଟି ଟଙ୍କା ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ସୂଚନା ଦେଇଛନ୍ତି ।


ସେହିପରି ରାଜସ୍ୱ ବଳକା ୨୧ କୋଟି ଟଙ୍କା ହେବା ନେଇ ଆକଳନ କରାଯାଇଥିବାବେଳେ ରଥଯାତ୍ରା ଓ ସ୍ନାନଯାତ୍ରା ପାଇଁ ୧୨ କୋଟି ୭୨ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ଜମି ବିକ୍ରୀ ଓ ଅଧିଗ୍ରହଣରୁ ପ୍ରାୟ ୬୦ କୋଟି ଟଙ୍କା ଆଦାୟ ହେବା ନେଇ ଆକଳନ କରାଯାଇଛି ।

ଶ୍ରୀମନ୍ଦିରରେ ଏବେ ମୋଟ ୬୭୫ କୋଟି ଟଙ୍କା ଥିବା କର୍ପସ ଫଣ୍ଡକୁ ୭୫୦ କୋଟି ଟଙ୍କାକୁ ବୃଦ୍ଧି କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି । ସୂର୍ଯ୍ୟ ମନ୍ଦିରର ଦ୍ୱାର ରୂପା ଛାଉଣୀ ହେବା ସହ ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ଖୁବ୍‍ ଶୀଘ୍ର ଡ୍ରେସ୍‍ କୋର୍ଡ ଲାଗୁ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Leave A Reply