ରାଜ୍ୟରେ ଦୀର୍ଘଦିନ ଧରି ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ-ଶିକ୍ଷୟିତ୍ରୀ ପଦ ପୂରଣ ହେବ । ଶିକ୍ଷକ ନିଯୁକ୍ତି ପାଇଁ ଚାଲିଥିବା ପରୀକ୍ଷା ଶେଷ ହୋଇଛି । ଶିକ୍ଷକ-ଶିକ୍ଷୟିତ୍ରୀ ନିଯୁକ୍ତ ପାଇଁ ଦୁଇଟି ପର୍ଯ୍ୟାୟରେ ହୋଇଥିବା କମ୍ପ୍ୟୁଟରଭିତ୍ତିକ ପରୀକ୍ଷା ଜରିଆରେ ପ୍ରାୟ ୪୪ ହଜାର ଆଶାୟୀ ପ୍ରାର୍ଥୀ ପରୀକ୍ଷା ଦେଇଛନ୍ତି ।
ଯୋଗ୍ୟ ବିବେଚିତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ରୂପାନ୍ତରିତ ଓଅଧିକ ଛାତ୍ରଛାତ୍ରୀ ଥିବା ବିଦ୍ୟଳୟରେ ନିଯୁକ୍ତି ଦିଆଯିବ । ରାଜ୍ୟରେ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଚାଲିଥିବାବେଳେ ଶିକ୍ଷକ-ଶିକ୍ଷୟିତ୍ରୀ ଏହି ଶିକ୍ଷାନୁଷ୍ଠାନରେ ପ୍ରାଥମିକତା ଭିତ୍ତିରେ ନିଯୁକ୍ତି ଦିଆଯିବ । ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଚଳିତବର୍ଷ ନଭେମ୍ବର ସୁଦ୍ଧା ବିଭିନ୍ନ ବିଦ୍ୟାଳୟରେ ପ୍ରାୟ ୧୧ ହଜାର ୫୦୦ ଶିକ୍ଷକ-ଶିକ୍ଷୟିତ୍ରୀ ନିଯୁକ୍ତ ହେବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।