ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ । ଏହାର ପ୍ରଥମ ଦିନରେ ପ୍ରତ୍ୟୁଷରୁ ହବିଷ୍ୟାଳୀମାନେ ତୀର୍ଥପୁଷ୍କରିଣୀ ଓ ମହୋଦଧିରେ ସ୍ନାନସାରି ବ୍ରତପାଳନ ଲାଗି ତୁଳସୀ ଚଉରା ମୂଳରେ ମୁରୁଜକାଟି ରାଇ ଦାମୋଦର ପୂଜା କରୁଛନ୍ତି ।
କରୋନା ସଂକ୍ରମଣ ଆଶଂକା ଥିବାରୁ ହବିଷ୍ୟାଳିମାନେ କାର୍ତ୍ତିକ ବ୍ରତ ପାଳନ ପାଇଁ ଚଳିତ ବର୍ଷ ପୁରୀ ନ ଆସି ଘରେ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବର୍ଷ ପୁରୀରେ ଖୋଲା ଯାଉଥିବା ହବିଷ୍ୟାଳି ଶିବିର ଚଳିତ ବର୍ଷ କରାଯାଇନାହିଁ । ତେବେ ପ୍ରତିଦିନ ଭୋର ୪ ଟାରେ ଦ୍ୱାର ଫିଟାଯାଇ ୫ଟାରେ ମଙ୍ଗଳ ଆଳତୀ ହେବା ସହ ୬ଟା ୩୦ରୁ ୭ଟା ୩୦ ମଧ୍ୟରେ ରାଧା ଦାମୋଦର ବେଶ ଏବଂ ସାଢେ ୧୦ଟା ସୁଦ୍ଧା ବାଳଧୂପ ନୀତି କରାଯିବା ଲାଗି ସ୍ଥିର ହୋଇଛି ।