ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ଏକ୍‍ଜିଟ୍‍ ପୋଲ୍‍କୁ ନିଷିଦ୍ଧ କରାଯାଇଛି

0 68

ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ଏକ୍‍ଜିଟ୍‍ ପୋଲ୍‍କୁ ନିଷିଦ୍ଧ କରାଯାଇଛି । କୌଣସି ସମ୍ବାଦପତ୍ର, ଗଣମାଧ୍ୟମ, ନ୍ୟୁଜ୍‍ବ୍ୟୁରୋ, ରେଡିଓ ଏବଂ ଟିଭି ଚ୍ୟାନେଲ୍‍ ଏକ୍‍ଜିଟ୍‍ ପୋଲ୍‍ ପ୍ରକାଶ ଓ ପ୍ରସାର କରିପାରିବେ ନାହିଁ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।



ଆସନ୍ତା ୩୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନୀ ପ୍ରଚାର ଶାନ୍ତିଶୃଙ୍ଖଳର ସହ ଗତକାଲି ଶେଷ ହୋଇଛି । ଏହି ଉପନିର୍ବାଚନରେ ମୋଟ୍‍ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ପିପିଲି ବ୍ଲକ୍‍ର ୨୫ଟି ପଞ୍ଚାୟତ, ଡେଲାଙ୍ଗ ବ୍ଲକ୍‍ର ୨୧ଟି ପଞ୍ଚାୟତ ଓ ପିପିଲି ଏନ୍‍.ଏସ୍‍.ସି.ର ୧୬ଟି ୱାର୍ଡ୍‍କୁ ନେଇ ଏହି ନିର୍ବାଚନ ମଣ୍ଡଳୀ ସାଧାରଣବର୍ଗ ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ । ଏହି ଉପନିର୍ବାଚନ ପାଇଁ ମୋଟ୍‍ ୨୭୩ଟି ମତଦାନ କେନ୍ଦ୍ର ରହିଥିବା ବେଳେ କୋଭିଡ୍‍ ପାଇଁ ଅଧିକ
୭୫ଟି ମତଦାନ କେନ୍ଦ୍ର କରାଯାଇଛି । ଉଭୟ ଡେଲାଙ୍ଗ ଓ ପିପିଲିର ୨ଲକ୍ଷ ୨୯ହଜାର ୯୯୮ ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ମତଦାନ କେନ୍ଦ୍ର ଗୁଡ଼ିକରେ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।


୩୪୮ଟି ମତଦାନ କେନ୍ଦ୍ରରେ ୧୪୦୦ ପୁଲିଂ ପାର୍ଟି ପହଞ୍ଚିବେ । ସମଗ୍ର ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରବେଶ ପଥଠାରେ ପୁଲିସ୍‍ ପକ୍ଷରୁ କଡ଼ା ଯାଞ୍ଚ୍‍ ବ୍ୟବସ୍ଥା କରାଯାଉଛି । ଅନ୍ୟ ପକ୍ଷରେ ଜିଲ୍ଲାପାଳ ସମର୍ଥ ବର୍ମା ସ୍ଥିତି ଅନୁଧ୍ୟାନ କରି କୋଭିଡ୍‍ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply