ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ହଜାର ୮୦୫ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬ ହଜାର ୬୧୧ ଜଣ ଥିବାବେଳେ ସ୍ଥାନୀୟ ସଂକ୍ରମିତ ଅଛନ୍ତି ୫ ହଜାର ୧୯୪ । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୪୯୨କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୪୧୪ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧ ହଜାର ୨୦୯, କଟକରୁ ୧ ହଜାର ୧୯୭, ଅନୁଗୁଳରୁ ୬୬୮, ସମ୍ବଲପୁରରୁ ୫୫୩, ବରଗଡ଼ରୁ ୪୨୧, ଯାଜପୁରରୁ ୩୯୨, ପୁରୀରୁ ୩୮୮, କଳାହାଣ୍ଡୀରୁ ୩୭୭, ମୟୂରଭଞ୍ଜରୁ ୩୭୪, ବଲାଙ୍ଗିରରୁ ୩୫୮, ଗଞ୍ଜାମରୁ ୩୩୧, ଝାରସୁଗୁଡ଼ାରୁ ୩୨୭, ନୂଆପଡ଼ାରୁ ୩୦୭, ବାଲେଶ୍ୱରରୁ ୩୦୩ ଏବଂ ଭଦ୍ରକରୁ ୩୦୦ ଏବଂ ଷ୍ଟେଟ୍ ପୁଲ୍ରୁ ୨୮୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏଥିସହିତ କରୋନାଜନିତ ମୋଟ୍ ମୃତ୍ୟୁ ସଂଖ୍ୟା ୨ ହଜାର
୨୯୪କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଗତକାଲି ୯ ହଜାର ୩୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହିତ ରାଜ୍ୟରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୪ ଲକ୍ଷ ୯୧ ହଜାର ୬୭୪କୁ ବୃଦ୍ଧି ପାଇଛି । ଏଥିସହିତ ରାଜ୍ୟରେ ମୋଟ୍ ୧ ଲକ୍ଷ ୬ ହଜାର ୪୭୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।