ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୨ କୋଟି ୪ ଲକ୍ଷରୁ ଅଧିକ

0 3,229

ଦେଶରେ ଗୋଟିଏ ଦିନରେ ୩ ଲକ୍ଷ ୨୬ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୪୩ ଲକ୍ଷରୁ ଅଧିକ ରହିଛି । ତେବେ ସେହି ସମୟ ମଧ୍ୟରେ ୩ ଲକ୍ଷ ୫୩ ହଜାରରୁ ଅଧିକ ସଂକ୍ରମିତ ସୁସ୍ଥ ହେବା ପରେ ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ୨ କୋଟି ୪ ଲକ୍ଷରୁ ଅଧିକ ରହିଛି । ଏବେ ଭାରତରେ କରୋନା ଜନିତ ଆରୋଗ୍ୟ ହାର ୮୩ ଦଶମିକ୍‍ ୮/୩ ପ୍ରତିଶତ ରହିଛି । ଅନ୍ୟ ପକ୍ଷରେ ସକ୍ରିୟ ଚିକିତ୍ସାଧୀନଙ୍କ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି । ଗତ ୨୪ ଘଣ୍ଟା
ମଧ୍ୟରେ ଏହି ସଂଖ୍ୟାରେ ହ୍ରାସ ପାଇ ସକ୍ରିୟ ଚିକିତ୍ସାଧୀନଙ୍କ ସଂଖ୍ୟା ୩୬ ଲକ୍ଷ ୭୩ ହଜାର ରହିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ୩ ହଜାର ୮୯୦ ସଂକ୍ରମିତଙ୍କ ମୃତ୍ୟୁ ହେବା ଫଳରେ ମୋଟ୍‍ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୬୬ହଜାରକୁ ବୃଦ୍ଧି ପାଇଛି ।

Leave A Reply