ସରସ୍ୱତୀ ବନ୍ଦନା

0 5,869

ଯା କୁନ୍ଦେନ୍ଦୁ ତୁଷାର ହାର ଧବଳା ଯା ଶୁଭ୍ର ବସ୍ତ୍ରାବୃତା
ଯା ବୀଣା ବରଦଣ୍ଡ ମଣ୍ଡିତକରା ଯା ଶ୍ବେତ ପଦ୍ମାସନା
ଯା ବ୍ରହ୍ମାଚ୍ୟୁତ ଶଙ୍କର ପ୍ରଭୃତିଭିର୍ଦେବୈଃ ସଦା ବନ୍ଦିତା
ସା ମାଂ ପାତୁ ସରସ୍ୱତୀ ଭଗବତୀ ନିଃଶେଷଜାଡ୍ୟାପହା

 

୧-ସରସ୍ଵତୀ ୨- ହଂସ ବାହିନୀ ୩- ଶାରଦା ୪-ଭାରତୀ ୫- ଜଗତୀ ୬- ବରଦାୟିନି ୭- ବୁଦ୍ଧିଦାତ୍ରି ୮- ବ୍ରହ୍ମଚାରିଣୀ ୯- ଭୁବନେଶ୍ଵରୀ ୧୦- ଚନ୍ଦ୍ରକାନ୍ତି ୧୧- ବାଗିଶ୍ୱରୀ ୧୨- କୁମୁଦି

ବ୍ରହ୍ମାଣ୍ଡ ପୁରାଣମତେ, ସୃଷ୍ଟିର ଆରମ୍ଭ କାଳରେ ବ୍ରହ୍ମା ଯେତେବେଳେ ଧ୍ୟାନସ୍ଥ ଥିଲେ, ସେତେବେଳେ ତାଙ୍କ ଭିତରେ ସତ୍ତ୍ୱ ଗୁଣର ବିକାଶ ଘଟିଲା ଏବଂ ସେଥିରୁ ଏକ କନ୍ୟା ଜାତ ହେଲା । ତାଙ୍କର ରୂପ ଥିଲା ଦୁଗ୍‌ଧ ପରି ଶ୍ୱେତବର୍ଣ୍ଣ । ସେହି ଶ୍ୱେତବର୍ଣ୍ଣା କନ୍ୟାଙ୍କୁ ଦେଖି ବ୍ରହ୍ମା ତାଙ୍କର ପରିଚୟ ପଚାରିବାରୁ କନ୍ୟା କହିଲେ, ମୁଁ ତୁମଠାରୁ ଜାତ ହେଲି । ତେଣୁ ତୁମେ ମୋର ନାମକରଣ କର ଏବଂ ମୋର ପରିଚୟ କ’ଣ ହେବ ତାହା ସ୍ଥିର କର । ତାହା ଶୁଣି ବ୍ରହ୍ମା କହିଲେ, ତୁମର ନାମ ସ୍ୱରସ୍ୱତୀ ହେଉ । ତୁମେ ପ୍ରତ୍ୟେକଙ୍କ ଜିହ୍ୱାର ଅଗ୍ରଭାଗରେ ‘ବାକ୍’ ରୂପେ ଅବସ୍ଥାନ କରିବ । ସେଥିାଇଁ ତୁମେ ‘ବାଗ୍‌ଦେବୀ’ ରୂପେ ବିଦିତା ହେବ । ବିଶେଷ କରି ବିଦ୍ୱାନମାନେ ତୁମକୁ ଆଦର ଓ ଭକ୍ତିରେ ପୂଜା କରିବେ ।ବାକ୍‌ଦେବୀ ବା ସରସ୍ୱତୀଙ୍କ ମାଧ୍ୟମରେ ବ୍ରହ୍ମା ବିଶ୍ୱ ବ୍ରହ୍ମାଣ୍ଡର ସମସ୍ତ ଜୀବ ତଥା ସ୍ଥାବରଜଙ୍ଗମ ସର୍ଜନା କଲେ ।

Leave A Reply