ଖୋଲିବ ବଳଦେବଜୀଉ ମନ୍ଦିର
କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଆସନ୍ତାମାସ ୩ ତାରିଖରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିବ । ଗତ ସଂନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର କହିଛନ୍ତି ରାଜ୍ୟର ପ୍ରମୁଖ ଦେବାଳୟଗୁଡ଼ିକ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ସେ କହିଛନ୍ତି ମନ୍ଦିରରେ ଏକକାଳୀନ ଏକ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ପ୍ରବେଶ ପାଇଁ ୧୦୦ ଲୋକଙ୍କୁ ଅନୁମତି ପ୍ରଦାନ କରାଯିବ । ମନ୍ଦିର ପ୍ରବେଶ ଦ୍ୱାରରେ ଶ୍ରଦ୍ଧାଳୁଙ୍କ ପାଇଁ ସାନିଟାଇଜର ଏବଂ ଥର୍ମାଲ ସ୍କ୍ରିନିଂର ମଧ୍ୟ ବ୍ୟବସ୍ଥା ରହିବ ବୋଲି ସେ ସୂଚନା ଦେଇଛନ୍ତି ।