ପରୀ ହତ୍ୟା ମାମଲାରେ ତାଙ୍କ ପରିବାରକୁ ସୁରକ୍ଷା ଦେବାକୁ ହାଇକୋର୍ଟ ଆଜି ନୟାଗଡ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମାମଲାରେ ଅପ୍ଡେଟ ଷ୍ଟାଟ୍ସ ରିପୋର୍ଟ ଦେବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୬ରେ ଏହି ମାମଲାର ଶୁଣାଣି ହେବ । ପରୀ ହତ୍ୟା ପ୍ରସଙ୍ଗରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ଏହାର ସିବିଆଇ ତଦନ୍ତ ଏବଂ ତାଙ୍କ ପରିବାରକୁ ୨୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପରିଷଦ ଦାବି କରିଥିଲା ।