ଚଳିତ ବର୍ଷ ପ୍ରସିଦ୍ଧ ଧବେଲେଶ୍ୱର ପୀଠରେ ବିନା ଭକ୍ତରେ ଅନୁଷ୍ଠିତ ହେବ ‘ବଡ଼ଓଷା’ ବୋଲି ଧବଳେଶ୍ୱର ପୀଠରେ ବଡ଼ଓଷା ନେଇ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି। କୋଭିଡ୍ ନିୟମ ମାନି ମନ୍ଦିରର ସମସ୍ତ ନୀତିକାନ୍ତି କରାଯିବ। ବଡ଼ଓଷା ଦନ ଧବଳେଶ୍ୱର ପୀଠର ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯିବ। ଯେଉଁମାନେ ନିୟମ ନ ମାନିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଧବଳେଶ୍ୱର ପୀଠରେ ‘ବଡ଼ଓଷା’ ପାଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଚଳିତ ବର୍ଷ କିଭଳି ‘ବଡ଼ଓଷା’ ପାଳନ କରାଯିବ ସେଥିନେଇ ଆଲୋଚନା କରାଯାଇଥିଲା। ବୈଠକ ଶେ ଷରେ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇ କହିଛନ୍ତି ଯେ ଚଳିତ ବର୍ଷ ବିନା ଭକ୍ତରେ ବଡ଼ଓଷା ପାଳନ ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି। କୋଭିଡ୍ ନିୟମ ମାନି ମନ୍ଦିରର ସମସ୍ତ ନୀତିକାନ୍ତି କ ରାଯିବ। ବଡ଼ଓଷା ଦିନ ଧବଳେଶ୍ୱର ପୀଠର ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯିବ। ଯେଉଁମାନେ ନିୟମ ନ ମାନିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ପ୍ରକାଶ କରିଛନ୍ତି।