ବିବାହ, ବ୍ରତ ପରି ଶୁଭ କାମରେ ଅଧିକ ଟଙ୍କାଟିଏ କାହିଁକି ଦିଆଯାଏ? ଜାଣନ୍ତୁ

0 1,546

ବିବାହ ହେଉ ବା ବ୍ରତ ବା ଜନ୍ମଦିନ, ଯେକୌଣସି ଶୁଭ କାମରେ ଉପହାର ଲଫାପାରେ ଟଙ୍କାଟିଏ ଅତିରିକ୍ତ ଭାବେ ରଖି ପ୍ରଦାନ କରାଯାଏ । ଅତିଥିମାନେ ଯେତେବେଳେ ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷା କରି ଉତ୍ସବରେ ଯୋଗ ଦେବାକୁ ଆସନ୍ତି ସେମାନେ ଲଫାପାରେ ଉପହାର ସହ ଟଙ୍କିକିଆ ମୁଦ୍ରାଟିଏ ଦିଅନ୍ତି  । ତେବେ ଏହାର କାରଣ କଣ?  ଭାରତୀୟ ପରମ୍ପରେ ଏହାକୁ ସୌଭାଗ୍ୟର ପ୍ରତୀକ ମନେ କରାଯାଏ । ବିବାହରେ ଅଯୁଗ୍ମ ସଂଖ୍ୟକ  ମୁଦ୍ରା ( ଅର୍ଥାତ ୫୧, ୧୦୧, ୫୦୧ ଇତ୍ୟାଦି) ଦେଲେ ସେହି ବିବାହ ‘ଦୀର୍ଘସ୍ଥାୟୀ ଓ ସୁଖମୟ ହୁଏ ବୋଲି ବିଶ୍ୱାସ ଅଛି । କିନ୍ତୁ ଯୁଗ୍ମ ସଂଖ୍ୟା ( ୫୦, ୧୦୦ ବା ୫୦୦) ଟଙ୍କା ଦେଲେ ତାହାକୁ ଅଶୁଭ ବୋଲି ବିଶ୍ୱାସ କରାଯାଏ । ଏଣୁ ସୁଖୀ ଦାମ୍ପତ୍ୟ ଜୀବନ କାମନା କରି ଅତିଥିମାନେ ଏହା କରନ୍ତି । ସେହିପରି ବ୍ରତଘର ରେ ମଧ୍ୟ ଅଯୁଗ୍ମ ସଂଖ୍ୟାର ଟଙ୍କା ବ୍ରତ ଭିକ୍ଷା ଦେଲେ ଉକ୍ତ ବାଳକ ସୁସ୍ଥ ଓ ନୀରୋଗ ଓ ସୁଖମୟ ଜୀବନ ଲାଭ କରେ ବୋଲି ବିଶ୍ୱାସ ଅଛି । ଏହାର ବୈଜ୍ଞାନିକ ଭିତ୍ତି କିଛି, ନାହିଁ, କିନ୍ତୁ ଭାରତୀୟ ସଂସ୍କୃତିରେ ଶହ ଶହ ବର୍ଷ ଧରି ଏହି ପରମ୍ପରା ଚଳିଆସିଛି ।

 

Leave A Reply