କରୋନା ପାଇଁ ବାବା ରାମଦେବଙ୍କ ପରାମର୍ଶ- ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କରନ୍ତୁ ଏହି କାମ

0 5,330

ଭୁବନେଶ୍ୱର – ଏବେ ସାରା ବିଶ୍ୱରେ କରୋନା ଭାଇରସ୍‌ ବା କୋଭିଡ୍‌୧୯ ଆତଙ୍କ ସୃଷ୍ଟି କରିଛି । ରୋଗ ପ୍ରତିରୋଧକ ଶକ୍ତି ନଥିବା, ଓ ବୟସ୍କ ବ୍ୟକ୍ତିଙ୍କୁ ଏହା ବେଶୀ ଆକ୍ରାନ୍ତ କରୁଛି । ହୃଦରୋଗ, ମଧୁମେହ ବା ଡାଇବେଟିସ୍ , ଶ୍ୱାସ ବା ଆସ୍‌ଥମା ଥିବା ବ୍ୟକ୍ତିଙ୍କ ପାଇଁ ଏହି ବେଶୀ ବିପଦଜନକ ।

ତେବେ ଗହଳି ଯାଗାକୁ ନଯିବା । ହାତକୁ ବାରମ୍ବାର ଧୋଇବା, କାଶିବା ଛିଙ୍କିବା ବେଳେ ମୁହଁରେ କପଡା କିମ୍ବା ଟିସୁ ଢାଙ୍କିବା, ମୁହଁ, ପାଟି , ଆଖି ଓ ନାକକୁ ବାରମ୍ବାର ସ୍ପର୍ଶ ନକରିବା ପାଇଁ ପରାମର୍ଶ ଦିଆଯାଇଛି । ଏହା ସହ ବାହାରେ ଛେପ ନ ପକାଇବାପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।

ତେବେ ବାବା ରାମଦେବ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ବ୍ୟାୟାମ ସହ ଯୋଗ ଓ ପ୍ରାଣାୟମ କରିବା ପାଇଁ ଉପଦେଶ ଦେଇଛନ୍ତି ।

ଭସ୍ତିକା, କପାଳଭାତି ଓ ଅନୁଲୋକମ ବିଲୋମ କରିବା ଦ୍ୱାରା ଫୁସ୍‌ଫୁସ୍‌ର ଭଲ ରହିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ।
ପ୍ରତିଦିନ ଅତି କମ୍‌ରେ ୫ ମିନିଟ୍‌ ଭସ୍ତିକା, ପୁଣି ୫ମିନଟ୍‌ କପାଳଭାତୀ , ପୁଣି ୫ ମିନିଟ୍‌ ଅନୁଲୋମ ବିଲୋମ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ଏହା ସହ ଗିଲୋୟ ବା ଓଡିଆରେ ଗୁଳୁଚି ଲଟା,ତୁଳସୀସ ହଳଦୀ ଓ ଗୋଲମରିଚ ଫୁଟାଇ ପିଇବା ପାଇଁ କହିଛନ୍ତି । ଗୁଳୁଚି ଲଟାକୁ ଭଲ କରି ଚିହ୍ନନ୍ତୁ ଏହାର ଫଟୋ ତଳେ ଦିଆଯାଇଛି । ନହେଲେ ପତଞ୍ଜଳୀର ତୁଳସୀ ଓ ଗିଲୋୟ ରସ ମିଳୁଛି । ତୁଳସୀ ପଞ୍ଚାଙ୍ଗ ରସ ଓ ଗିଲୋୟ ଜୁସ୍‌ ବି ବ୍ୟବହାର କରିପାରିବେ ।

 

GULUCHI-GILOY-RAMDEV
GULUCHI-GILOY-RAMDEV

ହାତ ନ ମିଳାଇ ନମସ୍କାର କରନ୍ତୁ । ଶାକାହାରୀ ଭୋଜନ କରିବା ଶାଗ ଓ ଶବୁଜ ପନିପରିବା ଖାଇବା ଭଲ, ରସୁଣର ବି ରୋଗ ପ୍ରତିରୋଧକ ଶକ୍ତି ରହିଛି ଦିନକୁ ଗୋଟିଏ କି ଦି କୋଲା ରସୁଣ ଖାଇବା ବି ଭଲ ।

ପ୍ରଚୁର ପାଣି ପିଇବା ଭଲ ।

ଯଦି ଥଣ୍ଡା ବା ସର୍ଦ୍ଦି ସହ ତଣ୍ଟି ଦରଜ କାଶ ଓ ଜର ହେଉଛି ତେବେ ନିଶ୍ଚୟ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ

Leave A Reply