ରାଜ୍ୟର କେତକ ସ୍ଥାନରେ ବର୍ଷା ପରେ ବଢିବ ଗରମ

0 985

ଭୁବନେଶ୍ୱର — ରାଜ୍ୟରେ ଧୀରେ ଧୀରେ ଗ୍ରୀଷ୍ମପ୍ରବାହ ବଢ଼ିଚାଲିଥିଲେ ମଧ୍ୟ ଆସନ୍ତା ଦୁଇ ଦିନ ପରେ କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ତେବେ ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ରାୟଗଡ଼ା, ଗଜପତି ଓ କୋରାପୁଟ ଜିଲ୍ଲାର ଗୋଟିଏ
ଦୁଇଟି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ଆସନ୍ତାକାଲି ମଧ୍ୟ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ତେବେ ୪ ତାରିଖରୁ ବର୍ଷାର ପ୍ରଭାବ ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୫ ଦଶମିକ ୨ ଡିଗ୍ରୀ ସେଲ୍‍ସିୟସ୍‍ ମାଲକାନଗିରିଠାରେ ରେକର୍ଡ଼ କରାଯାଇଥିବାବେଳେ ସର୍ବନିମ୍ନ ତାପମାତା ୧୪ ଡିଗ୍ରୀ ସେଲ୍‍ସିୟସ୍‍ ସୁନ୍ଦରଗଡ଼ଠାରେ ରେକର୍ଡ଼ କରାଯାଇଛି ।
ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ପାଗ ବଦଳିବା ସହିତ ଆସନ୍ତାକାଲିଠାରୁ ୬ ତାରିଖ ପର୍ଯ୍ୟନ୍ତ ବର୍ଷା ଅନୁଭୂତ ହେବ । ଆସନ୍ତାକାଲିଠାରୁ ଅଳ୍ପକିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବାବେଳେ ୫ ଓ ୬ ତାରିଖରେ ଅଧିକାଂଶ ଜିଲ୍ଲାରେ ବର୍ଷା ସହିତ ୩୦ରୁ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।
ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ଼, ଭଦ୍ରକ,ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ରାୟଗଡ଼ାଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

Leave A Reply