କୋଲକାତାରେ ଜନ୍ମିତ ଅଭିଜିତ୍‍ ବାନାର୍ଜୀଙ୍କୁ ୨୦୧୯ ବର୍ଷ ପାଇଁ ନେବୋଲ ପୁରସ୍କାର

0 835

ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତୀୟ ବଂଶୋଦ୍ଭବ ଅଭିଜିତ୍‍ ବାନାର୍ଜୀ ୨୦୧୯ ବର୍ଷ ପାଇଁ ନେବୋଲ ପୁରସ୍କାର
ପାଇବେ। ଅଭିଜିତ୍‍ଙ୍କ ସହ ତାଙ୍କ ପତ୍ନୀ ଏଷ୍ଟର ଡୁଫ୍‍ଲୋ ଓ ମାଇକେଲ  କ୍ରେମ୍‍ଙ୍କୁ ମଧ୍ୟ ଅର୍ଥନୀତିରେ ମିଳିତଭାବେ ନୋବେଲ ପୁରସ୍କାର ଦିଆଯିବ।
ବିଶ୍ୱରୁ ଦାରିଦ୍ର୍ୟ ଦୂରୀକରଣ ପାଇଁ ପ୍ରୟାସ ହେତୁ ଏହି ତିନିଜଣଙ୍କୁ ସମ୍ମାନଜନକ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଥିବା
ଜଣାପଡିଛି । ଭାରତରେ ଜନ୍ମିତ ଅଭିଜିତ୍‍ ବାନାର୍ଜୀ ଆମେରିକାର ନାଗରିକ ଅଟନ୍ତି । ବର୍ତ୍ତମାନ ସେ ଆମେରିକାର ମିଟ୍‍ସ୍‍ ଇନ୍‍ଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ଅର୍ଥନୀତିରେ ପ୍ରଫେସରଭାବେ କାର୍ଯ୍ୟ କରୁଛନ୍ତି । ୧୯୬୧ମସିହା ଫେବୃୟାରୀ ୨୧ରେ କୋଲକାତାରେ ଜନ୍ମିତ ଅଭିଜିତ୍‍ କୋଲକାତା ବିଶ୍ୱବିଦ୍ୟାଳୟ ଓ ପରେ ଦିଲ୍ଲୀ ସ୍ଥିତ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ପାଠ ପଢିଥିଲେ। ଏହା ପରେ ସେ ୧୯୮୮ମସିହାରେ ହାୱାର୍ଡ ବିଶ୍ୱବିଦ୍ୟାଳୟରେ ପିଏଚଡିଗ୍ରୀ ହାସଲ କରିଥିଲେ। ୨୦୦୩ ମସିହାରେ ଅଭିଜିତ ଓ ତାଙ୍କ ପତ୍ନୀ ଡୁଫ୍‍ଲୋ ‘ଅବଦୁଲ ଲତିଫ ଜାମିଲ୍‍ ପୋର୍ଭଟି ଆକ୍ସନ’ ଲାବ୍‍ର ସ୍ଥାପନା କରିଥିଲେ ।

Leave A Reply