ବଜ୍ରକବାଟୀସ୍ଥିତ ବିଏସ୍ଏନ୍ଏଲ୍ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ
କଟକ – କଟକ ବଜ୍ରକବାଟୀସ୍ଥିତ ବିଏସ୍ଏନ୍ଏଲ୍ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଏଥିରେ ଲକ୍ଷାଧିକ ଟଙ୍କା ଯନ୍ତ୍ରାଂଶ ପୋଡିଯିବା ସହ ତିନୋଟି ଜିଲ୍ଳାର ବିଏସଏନଏ୍ ସେବା ବ୍ୟାହତ ହୋଇଛି ।
ଶୁକ୍ରବାର ଦିନ ସାଢେ ୧୨ଟା ସମୟରେ ବଜ୍ରକବାଟିସ୍ଥିତ ବିଏସ୍ଏନଏଲ୍ କାର୍ଯ୍ୟାଳୟ ଚତୁର୍ଥ ମହଲାରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲେ। କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ଅବସ୍ଥାରେ ବାହାରକୁ ଅଣାଯାଇଥିଲା । ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇନାହାନ୍ତି । ସଟ୍ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଏହି ଅଗ୍ନିକାଣ୍ଡ ଯୋଗୁଁ କଟକରେ ମଧ୍ୟ ବିଏସ୍ଏନ୍ଏଲ୍ ସେବା ପ୍ରଭାବିତ ହୋଇଛି ।