ଶାରଦୀୟ ନବରାତ୍ରୀର ଦ୍ୱିତୀୟ ଦିନରେ ମା ବ୍ରହ୍ମଚାରିଣୀଙ୍କ ଆରାଧନା କରନ୍ତୁ

0 1,971

ନବରାତ୍ରର ଦ୍ୱିତୀୟ ଦିନରେ ଭଗବତୀଙ୍କର ବ୍ରହ୍ମଚାରିଣୀ ସରୂପର ଆରାଧନା କରାଯାଏ । ମା ବ୍ରହ୍ମଚାରିଣୀ ଶୁଭ୍ର ବସ୍ତ୍ରପରିହିତା,ଦୁଇ ହସ୍ତରେ କମଣ୍ଡଳୁ ଓ ଜପମାଳା ଓ ପଦ୍ମ ଧରିଥାନ୍ତି । ସେ ପରମ ସନ୍ୟାସିନୀ । ଶ୍ରୀ ଶ୍ରୀ ଦେବୀ ଭାଗବତ ଅନୁସାରେ ଗିରିରାଜ କୁମାରୀ ପାର୍ବତୀ ଦେବର୍ଷି ନାରଦଙ୍କ ପରାମର୍ଶରେ ଭଗବାନ ଶଙ୍କରଙ୍କୁ ପତି ରୂପେ ପାଇବା ପାଇଁ ଘଞ୍ଚ ଜଙ୍ଗଲରେ କଠୋର ତପ ଆରମ୍ଭ କରନ୍ତି । ପ୍ରଥମ କେ ହଜାର ବର୍ଷ ସେ ଫଳମୂଳ ଖାଇ ତପସ୍ୟା କରନ୍ତି । ପରବର୍ତ୍ତି ହଜାର ବର୍ଷ କେବଳ ଶାଗ ଗ୍ରହଣ କରି ଓ ତାପରେ ଆଉ ତିନି ହଜାର ବର୍ଷ କେବଳ ଶୁଖିିଲା ବିଲ୍ୱପତ୍ର ଖାଇ ଜଙ୍ଗଲର କଠୋର ଖରା,ବର୍ଷା ଓ ଶୀତରେ ତପସ୍ୟା କରନ୍ତି । କିନ୍ତୁ ତଥାପି ମହାଦେବଙ୍କ ଦର୍ଶନ ନମିଳନ୍ତେ ସେ ପରବର୍ତ୍ତି କେତେ ହଜାର ବର୍ଷ ପତ୍ର ଭୋଜନ ମଧ୍ୟ ତ୍ୟାଗ କରି କଠୋର ତପସ୍ୟାରେ ରତ ହେଲେ । ପତ୍ର ତ୍ୟାଗ କରିଥିବାରୁ ଅପର୍ଣ୍ଣା ନାମ ବହନ କଲେ । ଏହିପରି ଅନେକ ସହସ୍ର ବର୍ଷର ତଠୋର ତପ ପରେ ସ୍ୱୟଂ ମହାଦେବ ପ୍ରକଟ ହୋଇ ତାଙ୍କର ମନୋକାମନା ପୂର୍ଣ୍ଣ କରିଥିଲେ ।
ମାଦ ବ୍ରହ୍ମଚାରିଣୀଙ୍କ ପୂଜା କଲେ ସାଧକ ଦୂରାରୋଗ ବ୍ୟାଧିମୁକ୍ତ ହେବା ସହ ଆଜୀବନ ଶୁସ୍ଥ ଜୀବନ ଯାପନ କରିଥାଏ ।
ଧ୍ୟାନ-
ଦଧାନା କରପଦ୍ମାଭ୍ୟାମକ୍ଷମାଳା କମଣ୍ଡଳୁ ।
ଦେବୀ ପ୍ରସୀଦତୁ ମୟୀ ବ୍ରହ୍ମ·ରିଣ୍ୟନୁତ୍ତମା ।।

Leave A Reply