ଖୁବ୍ ଶୀଘ୍ର ଜଗାର ଖପୁରୀ ପ୍ରତ୍ୟାରୋପଣ
କଟକ- ଖୁବ୍ ଶୀଘ୍ର ଜଗାର ଖପୁରୀ ପ୍ରତ୍ୟାରୋପଣ କରାଯିବ । କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗାକାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା କଟକ ବଡ଼ ଡାକ୍ତରଖାନାରେ ସମୀକ୍ଷା କରିଛନ୍ତି । ସେ
କହିଛନ୍ତି, ଜଗା ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ମଧ୍ୟ ମୁଣ୍ଡରେ ଖପୁରୀ ନ ଥିବାରୁ ସେ ଏବେ ସ୍କୁଲ୍ ଯାଇପାରିବ ନାହିଁ । ଖପୁରୀ ପ୍ରତ୍ୟରୋପଣ ପରେ ଜଗାର ସ୍କୁଲ୍ ଯିବା ସମ୍ଭବ ହୋଇପାରିବ । ଏଥିପାଇଁ ସରକାର ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେବେ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ଅନ୍ୟପକ୍ଷରେ କାଳିଆର ସ୍ୱାସ୍ଥ୍ୟରେ ସେଭଳି କିଛି ଉନ୍ନତି ପରିଲକ୍ଷିତ ହୋଇ ନାହିଁ । ତେବେ ଏକ୍ଷେତ୍ରରେ ଡାକ୍ତରୀ ଦଳ ତାଙ୍କର ପ୍ରୟାସ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି ।