କଟକ- ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଡେଙ୍ଗୁର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି । କଟକ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ କେତେକ ରୋଗୀଙ୍କ ରକ୍ତ ନମୁନା ପରୀକ୍ଷାରୁ ଡେଙ୍ଗୁ ରୋଗ ଥିବା ଚିହ୍ନଟ କରାଯାଇଛି । କଟକ ବଡ଼ ଡାକ୍ତରଖାନାରେ ଜଣେ ରୋଗୀ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲ୍ଲାର ଶନିବାର ସୁଦ୍ଧା ପରୀକ୍ଷା ହୋଇଥିବା ୨୦୦ଟି ରକ୍ତନମୁନାରୁ ୩୦ଟି ପଜିଟିଭ୍ ଥିବା ଜଣାପଡ଼ିଛି । ଜିଲ୍ଲାର ଖତକୁରାବାହାଲରେ ସବୁଠାରୁ ଅଧିକ ଆକ୍ରାନ୍ତ ଥିବା ଚିହ୍ନଟ କରାଯାଇଛି ।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।