ଖୁସୀ ଖବର – ଆୟକରରେ ମିଳିପାରେ ରିହାତି, ଏମାନଙ୍କ ପାଇଁ ବନ୍ଦ ହେବ ୩୦ ପ୍ରତିଶତ ସ୍ଲାବ

0 3,839

ନୂଆଦିଲ୍ଲୀ . – ଆୟକର ଦାତାଙ୍କ ପାଇଁ ସରକାର ଏକ ବଡ ରିହାତି ପ୍ରଦାନ କରିପାରନ୍ତି । ଏକ ଘୋଷଣାରେ ସରକାର ୨୦ ଲକ୍ଷ ପର୍ଯ୍ୟନ୍ତ ଆୟକରଦାତାଙ୍କ ପାଇଁ ୩୦ ପ୍ରତିଶତ ସ୍ଲାବକୁ ବନ୍ଦ କରିପାରନ୍ତି । ଏବେ ଆୟକରରେ ମିଳୁଥିବା ରିହାତିରେ ବି ଲାଭ ହେବ ।

୬.୨୫ ଲକ୍ଷ ଟଙ୍କାର ମିଳିବ ରିହାତି

ମନିକଣ୍ଟ୍ରୋଲ.କମ୍‌ର ରିପୋର୍ଟ ଅନୁସାରେ ଡାଇରେକ୍ଟ ଟ୍ୟାକ୍ସ କୋଡ୍‌ ବା ପ୍ରତ୍ୟକ୍ଷ କର କୋଡ୍‌ରେ ତିଆରି ହୋଇଥିବା କମିଟି ସରକାଙ୍କୁ ଏହି ପ୍ରସ୍ତାବ ଦେଇଛନ୍ତି । କମିଟି ଟ୍ୟାକ୍ସରେ ରିହାତି ସୀମା ବୃଦ୍ଧି କରି ୬.୨୫ ଲକ୍ଷ ଟଙ୍କା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏବେ ୫ ଲକ୍ଷ ଟଙ୍କା ଆୟରେ ଟ୍ୟାକ୍ସ ଫ୍ରି ଅଛି । ଏହି କମିଟି ୨.୫୦ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ୧୦ ପ୍ରତିଶତ ଓ ୧୦ ଲକ୍ଷରୁ ୨୦ ଲକ୍ଷ ପର୍ଯ୍ୟନ୍ତ ୨୦ ପ୍ରତିଶତ କର ବା ଟ୍ୟାକ୍ସ ଲଗାଇବା ପାଇଁ ପ୍ରସ୍ତାବ ଦେଇଛନ୍ତି ।

ସୁପର ରିଚ୍‌ ବା ଅତି ଧନୀଙ୍କ ପାଇଁ ୩୦ ପ୍ରତିଶତ ସ୍ଲାବ

ସୁପରିଚ୍‌ରେ ସାମିଲ ହୋଇଥିବା ଲୋକଙ୍କ ପାଇଁ ବାର୍ଷିକ ୨୦ ଲକ୍ଷ ଟଙ୍କାରୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ୩୦ ପ୍ରତିଶତ ଓ ୨ କୋଟିରୁ ଅଧିକ ପାଇଁ ୩୫ ପ୍ରତିଶତ ଟ୍ୟାକ୍ସ ପାଇଁ ସୁପାରିଶ ଦେଇଛନ୍ତି ।

ଏହି କମିଟି ଟ୍ୟାକ୍ସ ସ୍ଲାବରେ ସଂଶୋଧନ କଲେ ଦୁଇ ତିନି ବର୍ଷ ପାଇଁ ଆୟରେ ହ୍ରାସ ହୋଇପାରେ , କିନ୍ତୁ ଏହାପରେ ଲୋକଙ୍କୁ ଟ୍ୟାକ୍ସ ପୂରଣ ବା ଭରିବା ସମୟରେ ସହଜ ହେବ ।

ସରଚାର୍ଜ ଶେଷ ହେବ

ଏହା ବ୍ୟତୀତ ସମିତି ସରଚାର୍ଜ ସମ୍ପୂର୍ଣ୍ଣ ଶେଷ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏବେ ଭାରତୀୟ କମ୍ପାନୀମାନଙ୍କୁ କୌଣସି ଆର୍ଥକ ବର୍ଷପାଇଁ ଘୋଷଣା କରାଯାଇଥିବା ମୋଟ୍‌ ଡିଭିଡେଣ୍ଟର ୧୫ ପ୍ରତିଶତ ଡିଷ୍ଟ୍ରିବ୍ୟୁସନ୍‌ ଟ୍ୟାକ୍ସ ଦେବାକୁ ପଡୁଛି । ଏଥିରେ ୧୨ ପ୍ରତିଶତ ସରଚାର୍ଜ ଓ ୩ ପ୍ରତିଶତ ଏଜୁକେଶନ୍‌ ବା ଶିକ୍ଷା ସେସ୍‌ ଲାଗୁଛି ।
ପ୍ୟାନେଲ୍‌ ଅନୁସାରେ ଏବେ ସମସ୍ତ କ୍ୟାପିଟାଲ୍‌ ଗେନ୍‌ରେ ତିନିଶ୍ରେଣୀରେ ବିଭକ୍ତ କରାଯିବ । ଫାଇନାସିଂଆଲ୍‌ ଇକ୍ୱିଟି, ଫାଇନାସିଂଆଲ୍‌ ଓ ଅନ୍ୟ ନନ୍‌ ଫାଇନାସିଆଲ୍‌ ।

Leave A Reply