ନୂଆଦିଲ୍ଲୀ .- କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର ଆୟକରରେ ବଡ ରିହାତି ଦେବା ପାଇଁ ଚିନ୍ତା କରୁଛନ୍ତି । ଗଣମାଧ୍ୟମରେ ଖବର ଅନୁଯାୟୀ ଡାଇରେକ୍ଟ ଟ୍ୟାକ୍ସ କୋଡ(ଡିଟିସି) ନିଜର ରିପୋର୍ଟ ଗତ ସପ୍ତାହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣଙ୍କୁ ପ୍ରଦାନ କରିଛନ୍ତି । ଏହି ରିପୋର୍ଟରେ ବିଭିନ୍ନ ପ୍ରକାରର ପ୍ରସ୍ତାବ ଦିଆଯାଇଛି ।
ଏଥିରେ ଡେବିଟ ଡିଷ୍ଟ୍ରିବ୍ୟୁସନ ଟ୍ୟାକ୍ସ ବା ଡିଡିଟିକୁ ସମାପ୍ତ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଡାଇରେକ୍ଟ ଟ୍ୟାକ୍ସ କୋଡ(ଡିଟିସି) ଲଙ୍ଗ ଟର୍ମ କ୍ୟାପିଟାଲ୍ ଗେନ୍ ଟ୍ୟାକ୍ସକୁ ପ୍ରଚଳନରେ ରଖିବା ପାଇଁ ପ୍ରସ୍ତାବ ଦେଇଛନ୍ତି ।
ସେହିପରି ରିପୋର୍ଟରେ ପର୍ସନାଲ ଇନକମ୍ ଟ୍ୟାକ୍ସ ଦରକୁ ରିବର୍କ କରିବା ପାଇଁ ପରାମର୍ଶ ଦିଆଯାଇଛି ।
ଡାଇରେକ୍ଟ ଟ୍ୟାକ୍ସ କୋଡ(ଡିଟିସି) ଏହି ରିପୋର୍ଟରେ ପର୍ସନାଲ ଟ୍ୟାକ୍ସକୁ କମ୍ କରିବା ଓ ରେଟ୍ ସ୍ଲାବକୁ ୫ ପ୍ରତିଶତ,୧୦ ପ୍ରତିଶତ ଓ ୨୦ ପ୍ରତିଶତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏବେ ଏହା ୫ ପ୍ରତିଶତ,୨୦ ପ୍ରତିଶତ ଓ ୩୦ ପ୍ରତିଶତ ରହିଛି । ପ୍ୟାନେଲ୍ ନିଜ ରିପୋର୍ଟରେ ଉଚ୍ଚତମ ଟ୍ୟାକ୍ସ ବ୍ରାକେଟ୍କୁ ୨୦ ପ୍ରତିଶତ ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ପ୍ୟାନେଲ୍ ଏବେ ଡେଫିସିଟି ବା କମିକୁ ପ୍ରଭାବିତ କରିବା ପାଇଁ ଟ୍ୟାକ୍ସ ସ୍ଲାବ ରେଟ୍ରେ ୩୦ ବେସିକ ପଏଣ୍ଟ କାଟିବା ପାଇଁ ପରାମର୍ଶ ଦେଇଛନ୍ତି ।
ଡାଇରେକ୍ଟ ଟ୍ୟାକ୍ସରେ ସୁଧାର ଆଣିବା ପାଇଁ ତିଆରି କରାଯାଇଥିବା ଟାକ୍ସ ଫୋର୍ସ ଦତ ସପ୍ତାହରେ ଅର୍ଥ ମନ୍ତ୍ରୀ ନିର୍ମଲା ସୀତାରମଣଙ୍କୁ ନିଜର ରିପୋର୍ଟ ପ୍ରଦାନ କରିଛନ୍ତି । ସାଧାରଣ ଲୋକ ଓ କରଦାତାଙ୍କ ପାଇଁ ଇନକମ୍ ଟ୍ୟାକ୍ସ ବା ଆୟକରରେ ବଡ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ।
ଏବେ ଆୟକରରେ ଏହି ସ୍ଲାବ ଅଛି –
ଏବେ ଆୟକର ବା ଇନ୍କମ୍ ଟ୍ୟାକ୍ସରେ ଅଢେଇ ଲକ୍ଷରୁ ୫ ଲକ୍ଷ ପର୍ଯ୍ୟନ୍ତ ୫ ପ୍ରତିଶତ ଓ ୫ରୁ ୨୦ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟର ୨୦ ପ୍ରତିଶତ ତାଠାରୁ ଅଧିକ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ୩୦ ପ୍ରତିଶତ ଆୟକର ଦେବାକୁ ପଡୁଛି ।