ଏଣିକି ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍ ନିୟମ ଭଙ୍ଗ ଜଗିବ ଡ୍ରୋନ୍ – ଟ୍ରାଫିକ୍
ଭୁବନେଶ୍ୱର – ଏଣିକି ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍ ନିୟମ ଭଙ୍ଗ କରୁଥିବା ଗାଡ଼ି ଚାଳକଙ୍କୁ ଜଗିବ ଡ୍ରୋନ୍ କ୍ୟାମେରା । ଏଥିପାଇଁ ରବୀନ୍ଦ୍ର ମଣ୍ଡପରୁ ବିମାନ ବନ୍ଦର ଛକ ପର୍ଯ୍ୟନ୍ତ ଅଞ୍ଚଳ ହେବ ‘ନୋ ଓଭର୍ଟେକିଂ ଜୋନ୍’ । ଦ୍ୱୈତ ନଗରୀ ପୁଲିସ୍ କମିଶନର ସୁଧାଂଶୁ ଶେଖର ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଲେନ୍ ଡ୍ରାଇଭିଂ ପାଇଁ ମଧ୍ୟ ନିୟମ କଡ଼ାକଡ଼ି ହେବ । ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କଲେ ଜରିମାନା ଦେବାକୁ ହେବ ।